ଉତ୍ତରପ୍ରଦେଶ : ମହାରାଜଗଞ୍ଜରେ ଜଣେ ବିଏସସି ଛାତ୍ରୀଙ୍କୁ କଲେଜ ୱାଶରୁମରେ ଅସଦାଚରଣ କରାଯାଇଥିବା ଅଭିଯୋଗ ହେବା ପରେ ବଳାତ୍କାର ଉଦ୍ୟମ ମାମଲା ସାମ୍ନାକୁ ଆସିଛି ।
ଝିଅଟି କକୌଣସି ପ୍ରକାରେ ୱାଶରୁମରୁ ଖସିଯିବାରେ ସଫଳ ହୋଇଥିଲା,କିନ୍ତୁ ଅଭିଯୁକ୍ତମାନଙ୍କ ସହ ସଂଘର୍ଷ ପରେ ଅଚେତ ହୋଇଯାଇଥିଲା |
ପୋଲିସ କଲେଜରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଝିଅଟିକୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଇପିସିର ଧାରା 376 ଏବଂ 511 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
ପରୀକ୍ଷା ପରେ ଶୁକ୍ରବାର ଦିନ ଏହି ଘଟଣା ଘଟିଛି। ପୀଡିତାଙ୍କ ଭାଇ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ପୀଡିତା ଜଣକ କହିଛନ୍ତି, ” ଦୁଇଜଣ ମୁହଁ ମାସ୍କ ପିନ୍ଧିଥିଲେ ତେଣୁ ମୁଁ ସେମାନଙ୍କୁ ଚିହ୍ନି ପାରିଲି ନାହିଁ ,କିନ୍ତୁ ମୁଁ ଅଭିଯୁକ୍ତର ଗୋଟିଏ ହାତକୁ କାମୁଡ଼ି ଦେଇଥିଲି। ‘ ‘