24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶ୬୦ ବର୍ଷ ପୁରୁଣା କାଳୀ ମନ୍ଦିର, ଯେଉଁଠାରେ ମା’ଙ୍କୁ ଲାଗୁଛି ନୁଡୁଲ୍ସ ଓ ଫ୍ରାଇଡ୍ ରାଇସ୍...

୬୦ ବର୍ଷ ପୁରୁଣା କାଳୀ ମନ୍ଦିର, ଯେଉଁଠାରେ ମା’ଙ୍କୁ ଲାଗୁଛି ନୁଡୁଲ୍ସ ଓ ଫ୍ରାଇଡ୍ ରାଇସ୍ ଭୋଗ

ନୂଆଦିଲ୍ଲୀ : କୌଣସି ପୂଜାପାଠ ହେଉ କିମ୍ବା ପର୍ବ, ଭଗବାନଙ୍କୁ ଲାଗୁଥିବା ଭୋଗ ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସାଧାରଣତଃ ଏଗୁଡ଼ିକ ମିଠା, ଦହି, ଫଳ କିମ୍ବା କିଛି ବିଶେଷ ଖାଦ୍ୟ ହୋଇଥାଏ। କିନ୍ତୁ ଆପଣ କେବେ ଭଗବାନଙ୍କ ମନ୍ଦିରରେ ଚାଇନିଜ୍ ଖାଦ୍ୟର ଭୋଗ ଲାଗୁଥିବା ଦେଖିଛନ୍ତି କି? କୋଲକାତାର ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ପ୍ରତିଷ୍ଠିତ କାଳୀ ମାତାଙ୍କୁ କେବଳ ଚାଇନିଜ୍ ଖାଦ୍ୟ ଭୋଗ ଲଗାଯାଏ।

ଏହା ଶୁଣିବାକୁ ଆପଣଙ୍କୁ ଅଜବ ଲାଗୁଥିବ। କାରଣ ମା’ କାଳୀଙ୍କ ସହିତ ଚାଇନାର ସମ୍ପର୍କ କ’ଣ ହୋଇପାରେ? ହାଲୱା, ଲଡୁ, ରାଜଭୋଗ୍ ,ମିଠା, ଫଳ ଏସବୁ ବଦଳରେ ନୁଡୁଲ୍ସ, ଫ୍ରାଇଡ୍ ରାଇସ୍ ଏବଂ ଚିପ୍ସ କାହିଁକି ଭୋଗ ଦିଆଯାଉଛି? କୋଲକାତାର ଚାଇନା ଟାଉନ୍ ନାମକ ଏକ ସ୍ଥାନରେ ଉପସ୍ଥିତ ଥିବା ଏହି ମନ୍ଦିରର ପ୍ରଥା ଯେତିକି ଅଦ୍ଭୁତ, ଏହା ପଛରେ ଥିବା କାହାଣୀ ମଧ୍ୟ ସେତିକି ଆକର୍ଷଣୀୟ।

କୋଲକାତାରେ ତାଙ୍ଗ୍ରା ନାମକ ଏକ ସ୍ଥାନ ଅଛି, ଯାହାକୁ ଚାଇନା ଟାଉନ୍ ମଧ୍ୟ କୁହାଯାଏ। ୧୯୩୦ ଦଶକରେ ଚାଇନାର ଗୃହଯୁଦ୍ଧ ସମୟରେ ଲୋକମାନେ ନିର୍ବାସିତ ହେବା ପରେ ଏଠାରେ ଆଶ୍ରୟ ନେଇଥିଲେ। ଧିରେ ଧିରେ ସେହି ଲୋକମାନେ ଏଠାରେ ଖାଦ୍ୟ ସାମଗ୍ରୀ ବିକ୍ରୟ କରିବା ଆରମ୍ଭ କଲେ ଏବଂ ଇଣ୍ଡୋ ଚାଇନିଜ୍ ରନ୍ଧା ଖାଦ୍ୟ ଜନ୍ମ ହେଲା। ଏହି ସ୍ଥାନରେ ମା’ କାଳୀଙ୍କର ଏକ ମନ୍ଦିର ଅଛି, ଯେଉଁଠାରେ ସକାଳ ଓ ସନ୍ଧ୍ୟା ପୂଜା କରାଯାଏ । ଏଠାରେ ଲଡୁ, ହାଲୱା ଏବଂ ଫଳ ବଦଳରେ ଇଣ୍ଡୋ-ଚାଇନିଜ୍ ଖାଦ୍ୟ ଭୋଗ ଦିଆଯାଏ। ଏଠାକୁ ଆସୁଥିବା ଭକ୍ତମାନେ ନୁଡୁଲ୍ସ, ଚିପ୍ସ ଏବଂ ଫ୍ରାଇଡ୍ ରାଇସ୍ ଭୋଗ ଲଗାନ୍ତି ଏବଂ ପ୍ରସାଦ ଆକାରରେ ସେଗୁଡିକୁ ବାଣ୍ଟନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking