ନୂଆଦିଲ୍ଲୀ : ବିବାହ ବେଳର ଅନେକ ମଜାଦାର ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିଛି ଭିଡିଓରେ ବର ଓ ବଧୂ ଉଭୟେ ବେଶ୍ ପ୍ରେମରେ ଥାଆନ୍ତି ତ ଆଉ କିଛିରେ ଗରମ ମିଜାଜ୍ରେ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେଭଳି ଏକ ବୋହୂର ଭିଡିଓ ଖୁବ୍ ଭାଇରାଲ ହେଉଛି । ଭିଡିଓରେ ବଧୂ ବରଣ ମାଳା ପକାଇବା ସମୟରେ ବର ଗାଲକୁ ଚାପୁଡ଼ା ମାରୁଥିବା ଦେଖାଯାଇଛି । ବରଟି କିଛି ବୁଝିବା ପୂର୍ବରୁ ଝିଅଟି ସ୍ଥାନ ଛାଡ଼ି ବି ଚାଲିଯାଉଛି । ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଘଟଣା ଉତ୍ତର ପ୍ରଦେଶର ହମୀରପୁର ଜିଲ୍ଲାର ଲଲପୁରା ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏଠାରେ ନିକଟରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ବିବାହରେ ବରଣମାଳା ବେଳେ ବରକୁ କନ୍ୟା ଚାପୁଡ଼ା ପରେ ଚାପୁଡ଼ା ମାରୁଥିବା ଭିଡିଓ ସାମ୍ନାକୁ ଆସିଛି ।
ଭିଡିଓରେ ଦେଖା ଯାଇଛି ଯେ ପୁଅଟି ଝିଅ ବେକରେ ବରଣମାଳା ପକାଇବାରୁ ଝିଅର ରାଗ ମୁଣ୍ଡକୁ ଚଢ଼ିଯାଉଛି । ପରେ ସେ ପୁଅର ଗାଲକୁ ଠୋ ଠୋ କରି ଚାପୁଡ଼ା କସି ଦେଉଛି । ଏବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର ପହଞ୍ଚିବା ପରେ ପ୍ରଥମେ ବରଣୀ କରାଯାଇ ତାଙ୍କୁ ଭିତରକୁ ନିଆଯାଉଛି । କର୍ମ ସରିବା ପରେ ଝିଅକୁ ତା ସାଙ୍ଗମାନେ ଷ୍ଟେଜ୍ ଉପରକୁ ଆଣୁଛନ୍ତି । ଏହା ପରେ କନ୍ୟା ବି ସାଙ୍ଗସାଥୀଙ୍କ ସହ ଷ୍ଟେଜ୍ରେ ପହଞ୍ଚୁଛନ୍ତି । ତା’ ପରେ ଆରମ୍ଭ ହେଉଛି ବରଣମାଳା କାର୍ଯ୍ୟକ୍ରମ ।
ବରଣମାଳା ପାଇଁ ପଣ୍ଡିତ କହିବା ପରେ ପ୍ରଥମେ ବର କନ୍ୟା ବେକରେ ମାଳା ପକାଉଛି । କିନ୍ତୁ ଏହି ସମୟରେ ଝିଅଟି ରାଗରେ ନିଆଁ ହୋଇଯାଉଛି ଓ ସେ ବରକୁ ଚାପୁଡ଼ା ପରେ ଚାପୁଡ଼ା କସି ଦେଉଛି । କେବଳ ଏତିକିରେ ଝିଅର ରାଗ ଶାନ୍ତ ହୋଇ ନାହିଁ । ମାଡ଼ ମାରିବା ପରେ ସେ ଷ୍ଟେଜ୍ ଛାଡ଼ି ଭିତରକୁ ଚାଲିଯାଉଥିବା ଦେଖାଯାଇଛି । ତେବେ କୁହାଯାଉଛି ଯେ ଝିଅକୁ ପୁଅ ପସନ୍ଦ ନଥିଲା । ଏଣୁ ସେ ଏଭଳି କାଣ୍ଡ କରିଛି । ସେହିପରି ଆଉ କିଛି ଲୋକ କହୁଛନ୍ତି ଯେ ବର ମଣ୍ଡପକୁ ଯିବା ସମୟରେ ନିଶାସକ୍ତ ଅବସ୍ଥାରେ ଥିଲା । ଏଣୁ ଝିଅଟି ରାଗିଯାଇ ତାକୁ ଚାପୁଡ଼ା ମାରିଛି । ତେବେ ଏହି ଘଟଣା ପରେ ବାହାଘର ବନ୍ଦ ହୋଇଥିବା ଜଣାଯାଇଛି ।
नशे में था दूल्हा, दुल्हन ने कर दी थप्पड़ों की बरसात#हमीरपुर #Hamirpur #Dulhan pic.twitter.com/Bus2yf3y14
— @Amit kumar singh🇮🇳 (@amit_alex1) April 18, 2022