ବ୍ରହ୍ମପୁର: ଜନୈକ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବଡ଼ବଜାର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତକୁ ଜଣଙ୍କ ହେଲେ ଗୋପାଳପୁର ଅଞ୍ଚଳର ଜୟସେନ ବେହେରା ବୋଲି ପୁଲିସ କହିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଧାରା ୧୬୪ ଅନୁସାରେ ପୀଡ଼ିତାଙ୍କ କୋର୍ଟରେ ବୟାନ ରେକର୍ଡ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖରେ ବଡ଼ବଜାର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ହୋଇଥିଲା । ଏ ନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କ ମୋବାଇଲ ନଂ. ଟ୍ରାକିଂ କରିଥିଲା ଗତକାଲି ପୁଲିସ ଅଭିଯୁକ୍ତଙ୍କ ମୋବାଇଲ ଲୋକେସନ ଚିହ୍ନଟ କରିଲା । ଏହା ପରେ ଚମାଖଣ୍ଡି ଅଞ୍ଚଳରୁ ତାଙ୍କୁ କାବୁ କରିଥିବା ବେଳେ ପୀଡ଼ିତାଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିଥିବା ପୁଲିସ କହିଛି ।