14.1 C
Bhubaneswar
Saturday, January 18, 2025
Homeଖେଳଭାରତୀୟ ମହିଳା ବକ୍ସିଂ ଦଳର ଇସ୍ତାବୁଲ୍ ଗସ୍ତ ଆଜି

ଭାରତୀୟ ମହିଳା ବକ୍ସିଂ ଦଳର ଇସ୍ତାବୁଲ୍ ଗସ୍ତ ଆଜି

ନୂଆଦିଲ୍ଲୀ : ଆସନ୍ତା ମାସରେ ହେବାକୁ ଥିବା ମହିଳା ବିଶ୍ୱ ଚାମ୍ପିଅନ୍‌ଶିପ୍ ପୂର୍ବରୁ ଭାରତୀୟ ବକ୍ସିଂ ଦଳ ଆଜି ସକାଳେ ଇସ୍ତାନବୁଲ୍ ଗସ୍ତ କରିବ । ଚାମ୍ପିଅନ୍‌ଶିପ୍ ପୂର୍ବରୁ ଦଳ ସେଠାରେ ଏକ ୧୫ ଦିନିକିଆ କ୍ୟାମ୍ପ୍‌ରେ ଭାଗନେବ । ଗତବର୍ଷ ଡିସେମ୍ବରେ ହେବାକୁ ଥିବା ଏହି ଇଭେଣ୍ଟ୍‌କୁ କୋଭିଡ୍‌-୧୯ କାରଣରୁ ସ୍ଥଗିତ ରଖାଯାଇଥିଲା । ପରେ ଅନ୍ତର୍ଜାତୀୟ ବକ୍ସିଂ ଫେଡେରେସନ୍ ଏହାକୁ ତୁର୍କୀର ଇସ୍ତାନ୍‌ବୁଲ୍‌ରେ ମୋ ୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜନ ପାଇଁ ପୁନଃନିର୍ଦ୍ଧାରିତ କରିଥିଲା । ଏହି ବ୍ୟସ୍ତବହୁଳ ବର୍ଷରେ ବିଶ୍ୱ ଚାମ୍ପିଅନ୍‌ଶିପ୍ ଭାରତୀୟ ଦଳର ପ୍ରଥମ ବଡ଼ ଇଭେଣ୍ଟ । ଏହାପରେ ଜୁଲାଇ-ଅଗଷ୍ଟରେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ସେପ୍ଟେମ୍ବରରେ ହାଙ୍ଗ୍‌ଝୋଉ ଏସିଆନ୍ ଗେମ୍ସ ପରି ଇଭେଣ୍ଟ୍ ରହିଛି ।

ଟୋକିଓ ଅଲିମ୍ପିକ୍ସ ପରେ ଏହା ମଧ୍ୟ ଲଭ୍‌ଲିନା ବୋର୍‌ଗୋହାଇଁଙ୍କ ପ୍ରଥମ ପ୍ରତିଯୋଗିତା ହେବ । ଇସ୍ତାନ୍‌ବୁଲ୍ ଇଭେଣ୍ଟ୍‌ରେ ଭାଗନେବାକୁ ଥିବା ଅନ୍ୟ ବକ୍ସର୍‌ଙ୍କ ମଧ୍ୟରେ ୨୦୧୪ ବିଶ୍ୱ ରୌପ୍ୟ ପଦକ ବିଜୟିନୀ ଅନୁଭବୀ ସାୱିଟି ବୋରା (୭୫ କେଜି), ନିଖତ୍ ଜରିନ୍ (୫୨ କେଜି) ସ ଦୁଇଥରର ଏସିଆନ୍ ସ୍ୱର୍ଣ୍ଣ ପଦକ ବିଜୟିନୀ ପୂଜାର ରାଣୀ (୮୧ କେଜି) ସାମିଲ ଅଛନ୍ତି । ତେବେ ଛଅ ଥରର ବିଶ୍ୱ ଚାମ୍ପିଅନ୍ ଏମ୍‌ସି ମାରିକମ୍ ଏହି ଇଭେଣ୍ଟ୍‌ରେ ଭାଗ ନେଉନାହାନ୍ତି । ଏହି ଭେଟେରାନ୍ ବକ୍ସର୍ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଧ୍ୟାନ କେନ୍ଦ୍ରିତ କରିବା ନିମନ୍ତେ ବିଶ୍ୱ ଚାମ୍ପିଅନ୍‌ଶିପ୍ ସମେତ ଏସିଆନ୍ ଗେମ୍ସରୁ ଓହରି ଯାଇଛନ୍ତି ।

ଭରତୀୟ ମହିଳା ବିଶ୍ୱ ଚାମ୍ପିଅନ୍‌ଶିପ୍ ଦଳ: ନିତୁ (୪୮ କେଜି), ଅନାମିକା (୫୦ କେଜି), ନିଖତ୍ ଜରିନ୍ (୫୨ କେଜି), ଶିକ୍ଷା (୫୪ କେଜି), ମନିଷା (୫୭ କେଜି), ଜସ୍ମିନ୍ (୬୦ କେଜି), ପରବୀନ୍ (୬୩.୫ କେଜି), ଅଙ୍କୁଶିତା ବୋରୋ (୬୬ କେଜି), ଲଭ୍‌ଲିନା ବୋରଗୋହାଇଁ (୭୦ କେଜି), ସାୱିଟି ବୋରା (୭୫ କେଜି), ପୂଜା ରାଣୀ (୮୧ କେଜି) ଓ ନନ୍ଦିନୀ (+୮୧ କେଜି) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking