24.1 C
Bhubaneswar
Thursday, January 16, 2025
Homeଓଡିଶାଅଧ୍ୟାପକଙ୍କ ଅବସର ବୟସସୀମା ବୃଦ୍ଧି ମାମଲା ହାଇକୋର୍ଟରେ ଖାରଜ

ଅଧ୍ୟାପକଙ୍କ ଅବସର ବୟସସୀମା ବୃଦ୍ଧି ମାମଲା ହାଇକୋର୍ଟରେ ଖାରଜ

କଟକ :ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅଧ୍ୟାପକ,ପ୍ରାଧ୍ୟାପକଙ୍କ ଅବସର ବୟସ ସୀମା ୬୫କୁ ବୃଦ୍ଧି ନେଇ ରୁଜୁ ଏକାଧିକ ମାମଲାକୁ ମାନ୍ୟବର ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଡ.ଏ.କେ. ଜେନାମଣୀ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ୍ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି । ଆବେଦନକାରୀମାନଙ୍କ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା ଯେ,ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଧ୍ୟାପକ ଓ ପ୍ରାଧ୍ୟାପକଙ୍କ ଅବସର ବୟସ ସୀମା ୬୫ ହେବା କଥା । ୟୁଜିସି ମଧ୍ୟ ଏନେଇ ଗାଇଡ ୍‌ଲାଇନ୍ ଜାରି କରିଛନ୍ତି । ଓଡ଼ିଶା ଏଜୁକେସନ ନିୟମ ଅନୁସାରେ ଅଧ୍ୟାପକମାନେ କେବଳ ୬୦ବର୍ଷ ବୟସରେ ଅବସର ଗ୍ରହଣ କରିପାରିବେ । ତେଣୁ ଏହି ନିୟମକୁ ରଦ୍ଦ କିମ୍ବା ସଂଶୋଧନ କରାଯାଇ ସେମାନଙ୍କ ଅବସର ବୟସସୀମାକୁ ୬୫ କରିବା ଲାଗି ଆବେଦନକାରୀମାନେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଗତ ୫ ତାରିଖରେ ରାୟ ସଂରକ୍ଷଣ ରଖିଥିଲା ବେଳେ ଆଜି ଏହି ରାୟ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking