24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶଘନଉଛି ଲାଉଡସ୍ପିକର ବିବାଦ : ନିୟମ କଡ଼ାକଡି କଲେ ମହାରାଷ୍ଟ୍ର ସରକାର

ଘନଉଛି ଲାଉଡସ୍ପିକର ବିବାଦ : ନିୟମ କଡ଼ାକଡି କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ଘନଉଛି ଲାଉଡସ୍ପିକର ବିବାଦ । ପୂୂର୍ବରୁ ଏନେଇ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଏବେ ଏହି ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ସରକାର ସକ୍ରିୟ ହୋଇପଡିଛନ୍ତି । ମହାରାଷ୍ଟ୍ରର ସମସ୍ତ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇବା ପୂର୍ବରୁ ବର୍ତ୍ତମାନ ସରକାରଙ୍କ ଅନୁମତି ଆବଶ୍ୟକ ହେବ । ବିନା ଅନୁମତିରେ ଲାଉଡସ୍ପିକର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱଲସେ ପାଟିଲ ଆଜି ଲାଉଡସ୍ପିକର ପ୍ରସଙ୍ଗରେ ମହାରାଷ୍ଟ୍ରର ଡିଜିପିଙ୍କ ସହ ଏକ ବୈଠକ କରିବେ । ସମସ୍ତ ପୁଲିସ କମିଶନର ଏବଂ ଅଧିକାରୀଙ୍କ ସହିତ ସାକ୍ଷାତ କରି ସେମାନଙ୍କୁ ଏହି ନିୟମ ଲାଗୁ ନେଇ ଆଦେଶ ଦେଇପାରନ୍ତି ବୋଲି କୁହାଯାଉଛି ।

ଗୃହମନ୍ତ୍ରୀ ଦିଲୀପ ୱଲସେ ପାଟିଲଙ୍କ ତରଫରୁ କୁହାଯାଇଛି ଯେ ରାଜ୍ୟର ଡିଜିପି ଲାଉଡସ୍ପିକର ପ୍ରସଙ୍ଗରେ ସମସ୍ତ ପୁଲିସ କମିଶନରଙ୍କ ସହ ଆଲୋଚନା କରିବେ ଏବଂ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇ ସମସ୍ତଙ୍କୁ ଦିଆଯିବ । ରାଜ୍ୟରେ ଆଇନ ଶୃଙ୍ଖଳାର ଉଲଂଘନ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ । ଅନ୍ୟପକ୍ଷରେ ନାଶିକ୍ ପୁଲିସ୍ କମିଶନର କହିଛନ୍ତି ଯେ ଆସନ୍ତା ମେ’ ୩ ତାରିଖ ସୁଦ୍ଧା ସମସ୍ତ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇବା ପୂର୍ବରୁ ଅନୁମତି ନେବାକୁ ପଡିବ । ସମସ୍ତ ଧାର୍ମିକ ସ୍ଥାନ ମଧ୍ୟରେ ମନ୍ଦିର, ଗୁରୁଦ୍ୱାର, ମସଜିଦ, ଚର୍ଚ୍ଚ ଇତ୍ୟାଦି ଅନ୍ତର୍ଭୁକ୍ତ । ଲାଉଡସ୍ପିକର ଲଗାଇବା ପୂର୍ବରୁ କରିବାକୁ ସମସ୍ତଙ୍କୁ ଲିଖିତ ଅନୁମତି ନେବାକୁ ପଡିବ । ପୁଲିସ କମିଶନରଙ୍କ କାର୍ଯ୍ୟାଳୟରୁ ଲିଖିତ ଅନୁମତି ପାଇବା ପରେ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଯାଇପାରିବ । ବିନା ଅନୁମତିରେ ମେ ୩ ପରେ କୌଣସି ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଲାଉଡସ୍ପିକର ଜବତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking