25.1 C
Bhubaneswar
Thursday, January 16, 2025
Homeଓଡିଶା20 ମାସରେ ସଂଗ୍ରହ ହେଲା 2 ଲକ୍ଷ ୟୁନିଟ୍ ରକ୍ତ

20 ମାସରେ ସଂଗ୍ରହ ହେଲା 2 ଲକ୍ଷ ୟୁନିଟ୍ ରକ୍ତ

ରକ୍ତସଂଗ୍ରହ କ୍ଷେତ୍ରରେ ଓଡ଼ିଶା-ମୋ ପରିବାର ସ୍ଥାପନ କଲା ମାଇଲଖୁଣ୍ଟ
ଭୁବନେଶ୍ୱର,  : ଆଜି ଓଡ଼ିଶା-ମୋ ପରିବାର ଏହାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟକ ସଫଳତା ହାସଲ କରିଛି । କେବଳ 1 ବର୍ଷ 8 ମାସ (20 ମାସ) ମଧ୍ୟରେ 2 ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।

ଏଠାରେ ସୂଚନାଯୋଗ୍ୟ ଯେ, 2020 ମସିହା ଅଗଷ୍ଟ 9 ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜୀବନବିନ୍ଦୁ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ସାମାଜିକ ପ୍ରତିବଦ୍ଧତାର ନିର୍ଦ୍ଦେଶନ ସ୍ୱରୂପ ଓଡ଼ିଶା-ମୋ ପରିବାରକୁ ହସ୍ତାନ୍ତର କରିଥିଲେ । ଏହାକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ଓଡ଼ିଶା-ମୋ ପରିବାର ଏହି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ ପ୍ରକ୍ରିୟାକୁ ଆହୁରି ଶାଣିତ କରିଥିଲା । ଫଳ ସ୍ୱରୂପ, ଆଜି ଏପ୍ରିଲ 17 ତାରିଖ ଅର୍ଥାତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ଜନନାୟକ ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥିରେ 10,000 ୟୁନିଟ୍ ରକ୍ତ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ନେଇ ରାଜ୍ୟର 30ଟି ଜିଲ୍ଲାରେ ପ୍ରାୟ 95ଟି ସ୍ଥାନରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇ ସନ୍ଧ୍ୟାସୁଦ୍ଧା 8 ହଜାରରୁ ଊର୍ଦ୍ଧ୍ୱ ରକ୍ତ ସଂଗ୍ରହ ହୋଇ ଏହି କିର୍ତ୍ତୀ ସ୍ଥାପନ କରିଛି ।

ପୂର୍ବରୁ 10 ମାସ ମଧ୍ୟରେ ଅର୍ଥାତ୍ 2021 ମସିହା ଜୁନ୍ 6 ତାରିଖ ଦିନ 1 ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ପୂରଣ ହୋଇଥିଲା । ଓଡ଼ିଶା-ମୋ ପରିବାର ଏହି ଧାରାକୁ ଜାରି ରଖି ପୁନଶ୍ଚ 10 ମାସ ମଧ୍ୟରେ ଆଉ 1 ଲକ୍ଷ ୟୁନିଟ୍ ସଂଗ୍ରହ କରିପାରିଛି । ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁର ଏହି ରକ୍ତଦାନ ଅଭିଯାନ ଦ୍ୱାରା ରାଜ୍ୟରେ ହଜାର ହଜାର ରୋଗୀମାନଙ୍କ ଚିକିତ୍ସା, ସୁବିଧାରେ ହେବା ସହ ବହୁ ମୂଲ୍ୟବାନ ଜୀବନ ବଞ୍ଚିପାରୁଛି।

ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ସ୍ୱେଚ୍ଛାସେବୀ ତଥା ରକ୍ତଦାତାମାନଙ୍କ ଅକୁଣ୍ଠ ଯୋଗଦାନ ତଥା ବ୍ଲଡ୍ ବ୍ୟାଙ୍କ କର୍ମଚାରୀଙ୍କ ଅବଦାନ ପାଇଁ ସେମାନଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଏହିଭଳି ସହଯୋଗ କାମନା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking