କେନ୍ଦୁଝର : ସ୍ୱାମୀ ସ୍ତ୍ରୀଙ୍କ କଳି ଯାଇ ପହଁଚିଲା ଅଙ୍ଗନୱାଡି କେନ୍ଦ୍ରରେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଗଡବାନ୍ଧଗୋଡା ଜରକ ସାହୀ ଅଙ୍ଗନୱାଡି କେନ୍ଦ୍ରରେ । ସେଠାରେ କାର୍ଯ୍ୟରତ କର୍ମୀଙ୍କ ସ୍ୱାମୀ ନବଘନ ସେଠୀ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ପତ୍ନୀଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ ।
ଏହାପରେ କେନ୍ଦ୍ର ଭିତରେ ଦିଦିଙ୍କୁ ପୁରାଇ ବାହାରୁ ତାଲା ମାରି ବାହାରେ ଥୁଆ ହୋଇଥିବା ତାଙ୍କ ସ୍କୁଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏନେଇ ଖବର ପାଇ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଙ୍ଗନୱାଡି ଦିଦିଙ୍କ ସ୍ୱାମୀଙ୍କୁ ଗିରଫ କରିବା ସହ ପୋଡିଯାଇଥିବା ସ୍କୁଟିକୁ ଜବତ କରି ଥାନାକୁ ନେଇଥିବା ଜଣାପଡିଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏଭଳି କାଣ୍ଡ କରିଛନ୍ତି ତାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।