20.1 C
Bhubaneswar
Thursday, January 16, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨+୨ ପରୀକ୍ଷା ଲାଗି ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି ହେଲା ପ୍ରଶ୍ନପତ୍ର ପାଟର୍ଣ୍ଣ

+୨ ପରୀକ୍ଷା ଲାଗି ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି ହେଲା ପ୍ରଶ୍ନପତ୍ର ପାଟର୍ଣ୍ଣ

ଭୁବନେଶ୍ୱର: ୨୦୨୨-୨୩ ଦ୍ୱାଦଶ ପରୀକ୍ଷାର ପ୍ରାକ୍ଟିିକାଲ ପରୀକ୍ଷା ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେବ । ସେହିପରି ଏପ୍ରିଲ୨୮ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ । ତେବେ +୨ ପରିଷଦ ପକ୍ଷରୁ ଥିଓରୀ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି କରାଯାଇଛି । ୨୦୨୧ ମାର୍ଚ୍ଚ ୪ ଓ ଏପ୍ରିଲ ୯ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଆସିବ । ଚଳିତବର୍ଷ କରୋନା ସଂକ୍ରମଣ ଲାଗି ପାଠ୍ୟଖସଡା ସିଲାବସ ୨୫% ହ୍ରାସ କରାଯାଇଥିଲେ ବି ପରୀକ୍ଷାରେ ପ୍ରତି ବିଷୟ ଲାଗି ୧୦୦ ମାର୍କର ପ୍ରଶ୍ନପତ୍ର ନିର୍ଦ୍ଧାରଣ କରାଯାଇଛି । ଯେଉଁଥିରେ ୫୦% ସର୍ଟ ଟାଇପ (ମଲ୍ଟିପୁଲ ଚଏସ୍‌), ୩୦% ପ୍ରଶ୍ନ ୨ ଓ ୩ ମାର୍କ ବିଶିଷ୍ଟ ଏବଂ ୨୦% ପ୍ରଶ୍ନ ଦିର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ । ପ୍ରତି ଦିର୍ଘ ଉତ୍ତରମୂଳକ ପ୍ରଶ୍ନ ପାଇଁ ୫ ମାର୍କ ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ଭିନ୍ନ ଭିନ୍ନ ବିଷୟ ଅନୁଯାୟୀ ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପ୍ରଶ୍ନପତ୍ର ଢାଞ୍ଚାକୁ ନେଇ ଦ୍ୱନ୍ଦ୍ୱ ଦୂର କରିବାକୁ ପରିଷଦ ପକ୍ଷରୁ ସମସ୍ତ ପ୍ରଶ୍ନପତ୍ରର ଢାଞ୍ଚା ପରିଷଦର ୱେବ୍‌ସାଇଟ୍‌ରେ ଛଡ଼ାଯାଇଛି । ଆସନ୍ତା ୨୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କ ଓ ଉତ୍ତର ଖାତା ପରିଷଦ ନିକଟରେ ଦାଖଲ କରିବାକୁ +୨ ପରିଷଦ ପକ୍ଷରୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking