ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏବେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି କ୍ରାଇମ୍ ବ୍ରାଞ୍ଚ । ମାନସ ବ୍ୟବହାର କରୁଥିବା ଜିନିଷପତ୍ର (ଇୟର୍ ଫୋନ୍, ଚପଲ ସମେତ ଆହୁରି ଅନେକ) ଓ ହତ୍ୟାରେ ବ୍ୟବହୃତ କୋଦାଳ, ଗଇଁତି ଫିଙ୍ଗିଥିବାର ପ୍ରମାଣ ଏବେ କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି । କଟକ ଜିଲ୍ଲା ଟାଙ୍ଗୀ ବନ୍ଦାଳ ଟୋଲ୍ ଗେଟ୍ ନିକଟରେ ଶର୍ମିଷ୍ଠାଙ୍କ କାର୍ ଯାତାୟାତ କରିଥବା ନେଇ ପ୍ରମାଣ ମିଳିଛି । ଫେବ୍ରୁଆରୀ ୯ ତାରିଖ ରାତିରେ କାର୍ ଟୋଲ୍ ଗେଟ୍ ପାସ୍ କରିଥିବା ସେଠାରେ ଲାଗିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି । ସେହିପରି ରାତି ୧୨.୨୮ରେ ଯାଇ ପୁଣି ୧.୫୯ରେ ଗେଟ୍ ପାସ୍ କରିଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତମାନେ ମାନସକୁ ହତ୍ୟା କରି ଶବ ନୟାଗଡ଼ରେ ପୋତିବା ପରେ ସେ ବ୍ୟବହାର କରୁଥିବା ଚପଲ, ଇୟର୍ଫୋନ୍ ଏବଂ ହତ୍ୟାରେ ବ୍ୟବହୃତ କୋଦାଳ, ଗଇଁତି ଆଦିକୁ ଚଣ୍ଡିଖୋଲରେ ଫିଙ୍ଗିଥିଲେ । ଅଭିଯୁକ୍ତଙ୍କୁ ଜେରା ବେଳେ କ୍ରାଇମ୍ ବ୍ରାଞ୍ଚ ଆଗରେ ଉପରୋକ୍ତ ତଥ୍ୟ ସବୁ ସ୍ପଷ୍ଟ କରିଥିଲେ ।