20.1 C
Bhubaneswar
Thursday, January 16, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨ୱେବ୍ ସାଇଟ୍‌ରେ ଜାରି ହେଲା ସିବିଏସ୍‌ଇ ଟର୍ମ-୨ ଆଡମିଟ୍ କାର୍ଡ

ୱେବ୍ ସାଇଟ୍‌ରେ ଜାରି ହେଲା ସିବିଏସ୍‌ଇ ଟର୍ମ-୨ ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: ୨୦୨୨ ଦ୍ୱାଦଶ ଟର୍ମ-୨ ସିବିଏସ୍‌ଇ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏବେ ସିବିଏସ୍‌ଇ ପୋର୍ଟାଲ୍ ସାଇଟ୍‌ରେ ଏବେ ଆଡ୍‌ମିଟ୍ କାର୍ଡ ଉପଲବ୍ଧ ହୋଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍‌ଇ ୨୬ ଏପ୍ରିଲରୁ ଦ୍ୱାଦଶ ପିଲାଙ୍କ ପାଇଁ ଟର୍ମ ୨ ପରୀକ୍ଷା ୨୦୨୨ ଅନୁଷ୍ଠିତ ହେବ । କ୍ଲାସ୍ ୧୦ ଏବଂ ୧୨ ପରୀକ୍ଷା ୨୬ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ବେଳେ ଦଶମ ପରୀକ୍ଷା ୨୪ ମେ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୫ ଜୁନ୍ରେ ଶେଷ ହେବ ବୋଲି ଘୋଷଣା କରାଯାଇଛି । ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ ସାଇଟ୍‌ରେ ସିବିଏସ୍‌ଇର ଅଫିସିଆଲ୍ ସାଇଟ୍ ମାଧ୍ୟମରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
ପୋର୍ଟାଲ୍ ସାଇଟ୍‌ରେ ବୋର୍ଡର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷା ପାଇଁ ହାଜର ହେବାବେଳେ ସମସ୍ତଙ୍କୁ କୋଭିଡ -୧୯ ର ପ୍ରତିରୋଧ ପ୍ରୋଟୋକଲ ଅନୁସରଣ କରିବାକୁ ପଡିବ। ଏହାସହ ହାତରେ ସାନିଟାଇଜର ସହିତ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ସେହିପରି ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ କୁହାଯାଇଛି । ଅଭିଭାବକମାନେ କୋଭିଡ୍‌ର ପ୍ରସାରକୁ ଏଡ଼ାଇବା ପାଇଁ ଏବଂ ସେମାନଙ୍କ ପିଲା ଅସୁସ୍ଥ ନହେବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ସେମାନଙ୍କ ପିଲାମାନଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି । ପ୍ରାର୍ଥୀମାନେ ବୋର୍ଡ ଦ୍ୱାରା ଦିଆଯାଇଥିବା ଆଡମିଟ୍ କାର୍ଡରେ ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶକୁ ଅନୁସରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଛାତ୍ରଛାତ୍ରୀମାନଙ୍କୁ ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡିବ ଏବଂ ପ୍ରଶ୍ନପତ୍ର ପଢ଼ିବା ପାଇଁ ୧୫ ମିନିଟ୍ ସମୟ ଦିଆଯିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking