27.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶମହଙ୍ଗା ହେଉଛି ଜୀବନ ଧାରଣର ମୂଲ୍ୟ

ମହଙ୍ଗା ହେଉଛି ଜୀବନ ଧାରଣର ମୂଲ୍ୟ

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ଜୀବନ ଧାରଣର ମୂଲ୍ୟ । ମାନ୍ଦାବସ୍ଥା ସହିତ ଲଢେଇ କରୁଥିବା ଏସିଆର ତୃତୀୟ ବୃହତ ଅର୍ଥନୀତିରେ ଗ୍ରାହକଙ୍କୁ ମହଙ୍ଗା ମାଡ଼ର ଶିକାର ହେବାକୁ ପଡୁଛି । ଭାରତର ମାନ୍ଦାବସ୍ଥା ଏବଂ ଅଭିବୃଦ୍ଧି ହାର ମଧ୍ୟରେ ଅସମାନତା କାରଣରୁ ଏହା କମ୍ପାନୀ ଗୁଡିକୁ ପ୍ରଭାବିତ କରୁଛି । ଏହା ଫଳରେ ନିବେଶ ଖର୍ଚ୍ଚକୁ ଭରଣା କରିବା ନିମନ୍ତେ ମୂଲ୍ୟ ବୃଦ୍ଧି କରାଯାଉଛି । ପ୍ରତ୍ୟକ୍ଷ ଭାବରେ ଏହା ଖାଉଟି ବା ଭାରତୀୟ ଜନତାଙ୍କୁ ପ୍ରଭାବିତ କରୁଛି । ଆନ୍ତର୍ଜାତୀୟ ବଜାରକୁ ଦୃଷ୍ଟିରେ ରଖି ବିଭିନ୍ନ ଭାରତୀୟ କମ୍ପାନୀ ଗୁଡିକ ମୂଲ୍ୟ ବୃଦ୍ଧି ଜାରି ରଖିଛନ୍ତି । ୟୁନିଲିଭର ପିଏଲସି, ସୁଜୁକି ମୋଟର୍ସର ଭାରତୀୟ ୟୁନିଟ ସମେତ ଭାରତୀୟ କମ୍ପାନୀ ଜେଏସଡବ୍ଲ୍ୟୁ ପକ୍ଷରୁ ଏହି ମୂଲ୍ୟବୃଦ୍ଧି କରାଯାଇଛି । ତେବେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ଏହି ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ତୈଳଦର ବୃଦ୍ଧି କାରଣରୁ ଭାରତୀୟ ଅର୍ଥନୀତି ପୁଣି ଥରେ ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । କରୋନା ମହାମାରୀ ପରେ ଉତ୍ଥାନର ସାମାନ୍ୟ ସଙ୍କେତ ଦେଇଥିବା ଭାରତୀୟ ଅର୍ଥନୀତି ପୁନର୍ବାର ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି । ମାର୍ଚ୍ଚ ୨୦୨୧ରେ ଭାରତୀୟ ଅର୍ଥନୀତି ପ୍ରାୟ ୬.୬ ପ୍ରତିଶତ ସଙ୍କୁଚିତ ହୋଇଥିଲା । ମାନ୍ଦାବସ୍ଥା କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ସମସ୍ୟ ଭାବରେ ଉଭା ହୋଇଛି ବୋଲି ଡାବର ଇଣ୍ଡିଆର ମୁଖ୍ୟ ଅର୍ଥନୈତିକ ଅଫିସର ଅଙ୍କୁଶ ଜୈନ ପ୍ରକାଶ କରିଛନ୍ତି । ମାନ୍ଦାବସ୍ଥା କାରଣରୁ ଉତ୍ପାଦନ ଖର୍ଚ୍ଚ ବଢୁଥିବାରୁ ମୂଲ୍ୟ ବୃଦ୍ଧି ପାଇଁ କମ୍ପାନୀ ବାଧ୍ୟ ହେଉଛି ବୋଲି ଡାବର ପକ୍ଷରୁ କୁହାଯାଇଛି । ଦରବୃଦ୍ଧି କାରଣରୁ ମୁଦ୍ରାସ୍ଫିତୀ ଉପରେ ଅତିରିକ୍ତ ଚାପ ପଡୁଛି ତେବେ ଏହା କେବଳ ଯୋଗାଣ ଶୃଙ୍ଖଳ କାରଣରୁ ହେଉଛି ବୋଲି କହିଛି ଆରବିଆଇ । ଚଳିତ ସପ୍ତାହରେ ଆରବିଆଇର ମନିଟାରୀ ପଲିସି ବୈଠକରେ ୨୦୨୩ ପାଇଁ ମାନ୍ଦାବସ୍ଥା ୪.୫ ଆକଳନ କରାଯିବାର ସମ୍ଭାବନା ରହିଛି । ବିଗତ ବର୍ଷର ଡିସେମ୍ବର ତୁଳନାରେ କଞ୍ଚାମାଲର ମୂଲ୍ୟରେ ପ୍ରାୟ ୩୭ ପ୍ରତିଶତ ବୃଦ୍ଧି ଘଟିଛି । ଏହାକୁ ଧ୍ୟାନରେ ରଖି ରେଟ ବଢାଇବାକୁ ଆମେ ବାଧ୍ୟ ହେଉଛୁ । ବର୍ତ୍ତମାନ ଆମେ ପରସ୍ଥିତି ଉପରେ ନଜର ରଖିଛୁ ଏବଂ ଆଗାମୀ ଦିନରେ ଆଉଥରେ ଦର ବୃଦ୍ଧି ହୋଇପାରେ ବୋଲି କହିଛନ୍ତି ମାରୁତି ସୁଜୁକିର ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking