25.1 C
Bhubaneswar
Monday, October 21, 2024
Homeଖେଳଶୁଟିଂ ବିଶ୍ୱକପ୍‌: ପୁରୁଷ ଟ୍ରାପ୍ ଟିମ୍‌କୁ ସ୍ୱର୍ଣ୍ଣ

ଶୁଟିଂ ବିଶ୍ୱକପ୍‌: ପୁରୁଷ ଟ୍ରାପ୍ ଟିମ୍‌କୁ ସ୍ୱର୍ଣ୍ଣ

ଲିମା : ଚଳିତ ଆଇଏସ୍‌ଏସ୍‌ଏଫ୍ ବିଶ୍ୱକପ୍‌ରେ ଭାରତ ତା’ର ପଦକ ଖାତା ଖୋଲିଛି । ଦଳର ପୁରୁଷ ଟ୍ରାପ୍ ଟିମ୍ ବ୍ରାଜିଲ୍‌କୁ ହରାଇ ବ୍ରୋଞ୍ଜ୍ ପଦକ ହାସଲ କରିଛି । ଏହି ଦଳରେ କିନାନ୍ ଚେନାଇ, ମାନବାଦିତ୍ୟ ସିଂହ ରାଠୋର୍ ଓ ଶପଥ ଭରଦ୍ୱାଜ ରହିଥିବା ବେଳେ ବ୍ରୋଞ୍ଜ୍ ପଦକ ପାଇଁ ଅନୁଷ୍ଠିତ ମୁକାବିଲାଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପାଞ୍ଚ ଶଟ୍ ବିଶିଷ୍ଟ ଏହି ମୁକାବିଲାରେ ସ୍ଥିତି ୫-୫ରେ ଟାଇ ହୋଇଥିଲା । ତେବେ ଶେଷରେ ଭାରତୀୟ ଟିମ୍ ବ୍ରାଜିଲକୁ ପଛରେ ପକାଇ ବ୍ରୋଞ୍ଜ୍ ଜିତିବାରେ ସକ୍ଷମ ହୋଇଛି । ଏହି ଇଭେଣ୍ଟ୍‌ର କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ସମୁଦାୟ ୧୧ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଭାରତୀୟ ଟିମ୍ ଚତୁର୍ଥରେ ରହିଥିଲା । ଏହି ରାଉଣ୍ଡ୍‌ରେ ଟିମ୍‌କୁ ୨୨୫ରୁ ୨୦୫ ପଏଣ୍ଟ୍ ମିଳିଥିଲା । ଅନ୍ୟପକ୍ଷରେ ୨୦୭ ପଏଣ୍ଟ୍ ସହ ବ୍ରାଜିଲ୍ ତୃତୀୟ ସ୍ଥାନରେ ରହିଥିବାରୁ ବ୍ରୋଞ୍ଜ୍ ପଦକ ପାଇଁ ଦଳର ମୁକାବିଲା ଭାରତ ସହ ହୋଇଥିଲା । ଏହି ଇଭେଣ୍ଟ୍‌ରେ ସ୍ପେନ୍‌କୁ ହରାଇ ଆମେରିକା ସ୍ୱର୍ଣ୍ଣପଦକ ହାସଲ କରିଛି । ସେହିପରି ମହିଳା ବିଭାଗରେ ଭେଟେରାନ୍ ଶୁଟର୍ ଶଗୁନ୍ ଚୌଧୁରୀ ମହିଳା ଟ୍ରାପ୍ ଇଭେଣ୍ଟ୍‌ରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି । କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ସେ ୧୧୧ ପଏଣ୍ଟ୍ ପାଇ ଷଷ୍ଠ ସ୍ଥାନରେ ରହିବା ସହ ଦ୍ୱିତୀୟ ସେମିଫାଇନାଲ୍ ସକାଶେ ଯୋଗ୍ୟତା ପାଇଥିଲେ । ସେମିଫାଇନାଲ୍‌ରେ ସେ ୨୫ରୁ ୨୪ ଥର ଟାର୍ଗେଟ୍ ହିଟ୍ କରି ପଦକ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ତେବେ ଏହି ପର୍ଯ୍ୟାୟରେ ସେ ପୂର୍ବ ପର୍ଯ୍ୟାୟର ପ୍ରଦର୍ଶନକୁ ଦୋହରାଇବାରେ ବିଫଳ ହୋଇ ଚତୁର୍ଥ ସ୍ଥାନରେ ରହିଥିଲେ । ଏହି ଇଭେଣ୍ଟ୍‌ରେ ଇଟାଲୀ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ୍ ପଦକ ଜିତିଥିବା ବେଳେ ଆମେରିକା ରୌପ୍ୟ ପଦକ ଜିତିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking