ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଜୁଲାଇ ୧୭ ତାରିଖରେ ନ୍ୟାସ୍ନାଲ୍ ଏଲିଜିବିଲିଟ-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ( ନିଟ୍) ୟୁଜି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ପଞ୍ଜୀକରଣ କରିବେ । ଏହି ଆବେଦନ ପ୍ରକ୍ରିୟା ମେ’ ୭ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀ ପଞ୍ଜୀକରଣ କରିବା ପରେ ସଂଶୋଧନ ଲାଗି ପାଞ୍ଚଦିନ ସମୟ ଦିଆଯିବ । ଗତବର୍ଷ ମୋଟ ୧୬ ଲକ୍ଷ ୧୪ ହଜାର ୭୭୭ ପଞ୍ଜୀକରଣ କରିଥିବାବେଳେ ୯୫.୬ ପ୍ରତିଶତ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୮ ଲକ୍ଷ ୭୦ ହଜାର ୭୪ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ ।