ନୂଆଦିଲ୍ଲୀ : ବିଜେଡି ସାଂସଦ ସସ୍ମିତ ପାତ୍ର, ଏନ୍. ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ଏହି ଅବସରରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କେୟାନାଇଡୁ ସସ୍ମିତଙ୍କ କାର୍ଯ୍ୟକଳାପର ଭୂୟଂସୀ ପ୍ରଶଂସା କରିଛନ୍ତି । ସସ୍ମିତ ପ୍ରଥମ ଥର ଲାଗି ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇ ଗୃହର କାର୍ଯ୍ୟ ଶୃଙ୍ଖଳାକୁ ଖୁବଶୀଘ୍ର ଆପଣାଇ ନେଇଥିଲେ । ପ୍ୟାନେଲର ଉପାଧ୍ୟକ୍ଷ ରହି ଅତ୍ୟନ୍ତ ପରିପକ୍ୱତାର ସହ ଗୃହ ପରିଚାଳନା କରିଥିଲେ । ଖୁବ ଦକ୍ଷତାର ସହ ସସ୍ମିତ ହାଉସ ପ୍ରୋସିଡିଙ୍ଗସ କାର୍ଯ୍ୟଭାର ସମ୍ଭାଳିଥିଲେ ବୋଲି ଶ୍ରୀ ନାଇଡ଼ୁ ସସ୍ମିତଙ୍କ ପ୍ରଶଂସାରେ କହିଥିଲେ । ଏହି ଅବସରରେ ସସ୍ମିତ ମଧ୍ୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ମୋଟ ୭୨ ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହୋଇଛି ।