34.1 C
Bhubaneswar
Thursday, March 28, 2024
Homeଓଡିଶାଡ୍ରଗ୍ସ ମାଫିଆଙ୍କ ସମ୍ପତ୍ତି ଜବତ

ଡ୍ରଗ୍ସ ମାଫିଆଙ୍କ ସମ୍ପତ୍ତି ଜବତ

ପୁରୀ: ସହରରେ ଡ୍ରଗ୍ସର କାରବାର ବଢ଼ିଯାଇଥିବାବେଳେ ପୋଲିସ ଜବତ କରିଛି ଡ୍ରଗ୍ସ ମାଫିଆଙ୍କ ସମ୍ପତି । ଡ୍ରଗ୍ସ ମାଫିଆଙ୍କ ବିରୋଧରେ ପୁରୀ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ । ତେବେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛି ପୋଲିସ । ବ୍ରାଉନସୁଗାର ବ୍ୟବସାୟୀଙ୍କ ଉପରେ ରୋକ ଲଗାଇବା ପାଇଁ ଆକ୍ସନ ମୋଡରେ ପୁରୀ ପୋଲିସ । ଏଥିସହ ଚଳିତବର୍ଷ ଆରମ୍ଭରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରିସାରିଛି ପୋଲିସ । ଅନ୍ୟପଟେ ଡ୍ରଗ୍ସ କାରବାର ମାମଲାରେ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗତ ଜାନୁଆରୀ ୭ ତାରିଖରେ ବାସେଳୀ ସାହି ଥାନା ପୋଲିସ ବ୍ରାଉନସୁଗାର ମାଫିଆ ଅନିରୁଦ୍ଧ ଜୟସିଂହ ସମେତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ଅଭିଯୁକ୍ତ ଅନିରୁଦ୍ଧ ଏବେ ଜେଲରେ ଥିବାବେଳେ ପୋଲିସ ଅନିରୁଦ୍ଧର କୋଟିଏ ଟଙ୍କାର ସମ୍ପତ୍ତି ଜବତ କରିଥିଲା। ତେବେ ଅଭିଯୁକ୍ତ ଅନିରୁଦ୍ଧ ବ୍ରାଉନ ସୁଗାର ବିକ୍ରି କରି ବିପୁଳ ଟଙ୍କାର ସମ୍ପତ୍ତି ଠୁଳ କରିଥିବାବେଳେ ପୋଲିସ ଅଭିଯୁକ୍ତ ଅନିରୁଦ୍ଧର ଘରେ ତଥା ଅଭିଯୁକ୍ତ ନାମରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।

ଏହି ଚଢାଉ ସମୟରେ ପୋଲିସ ଦୁଇଟି ଜେସିବି, ଗୋଟିଏ କାର, ଟ୍ରାକ୍ଟର, ସୁନା ଗହଣା, ହାର୍ଡୱେର ଦୋକାନ ସହ ଅନିରୁଦ୍ଧର ସିମେଣ୍ଟ ଗୋଦାମକୁ ପୋଲିସ ଜବତ କରିଥିଲା । ଜବତ ହୋଇଥିବା ସମସ୍ତ ଜିନିଷର ମୂଲ୍ୟ ୧ କୋଟି ୧୭ ହଜାର ୨୭୬ ଟଙ୍କା ବୋଲି ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି କନୱର ବିଶାଳ ସିଂ ସୂଚନା ପ୍ରଦାନ କରିଥିଲେ । ଏଥିସହ ଆଗାମୀ ଦିନରେ ପୁରୀ ସହରକୁ ସମ୍ପୂର୍ଣ ରୂପେ ନିଶାମୁକ୍ତ କରିବାକୁ ପୁରୀ ପୋଲିସ ପକ୍ଷରୁ ଏଭଳି ସ୍ୱତନ୍ତ୍ର ଅଭିଯାନ ଅଗୁକୁ ମଧ୍ୟ ଜାରି ରହିବା ସହ ବେଆଇନ ରୂପେ ଅର୍ଜିତ ଅର୍ଥ ସମ୍ପତ୍ତିକୁ ପୋଲିସ ଜବତ କରିବ ବୋଲି ପୁରୀ ଏସପି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking