20.1 C
Bhubaneswar
Thursday, January 16, 2025
Homeଖେଳଫିଫା ବିଶ୍ୱକପ୍‌: ୩୬ ବର୍ଷ ପରେ କାନାଡାକୁ ଯୋଗ୍ୟତା

ଫିଫା ବିଶ୍ୱକପ୍‌: ୩୬ ବର୍ଷ ପରେ କାନାଡାକୁ ଯୋଗ୍ୟତା

ଟରଣ୍ଟୋ : ଚଳିତ ବର୍ଷ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ୍‌ରେ ଭାଗନେବା ସକାଶେ ରବିବାର କାନାଡା ଯୋଗ୍ୟତା ପାଇଛି । ଦୀର୍ଘ ୩୬ ବର୍ଷର ବ୍ୟବଧାନ ପରେ ଏହି ଦଳ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ । ଶେଷ ଥର ପାଇଁ ଦଳ ଗତ ୧୯୮୬ରେ ମେକ୍ସିକୋରେ ଖେଳାଯାଇଥିବା ସଂସ୍କରଣରେ ଏହି ଦଳ ଭାଗନେଇଥିଲା । ଦଳ ଜାମାଇକା ବିପକ୍ଷ ମ୍ୟାଚ୍‌ରେ ୪-୦ରେ ଜିତିବା ପରେ ମିଡ୍‌ଫିଲ୍‌ଡର୍ ଜୋନାଥନ୍ ଓସୋରିଓ କହିଛନ୍ତି ଯେ ଖୁସି ବର୍ଣ୍ଣନା କରିବା ପାଇଁ ପାଖରେ ଭାଷା ନାହିଁ । ଫୁଟ୍‌ବଲ୍ ସହ ଜଡ଼ିତ ହେବା ଦିନଠାରୁ ଆମେ କିପରି ବିଶ୍ୱକପ୍‌ରେ ଖେଳିପାରିବୁ ସେନେଇ ସ୍ୱପ୍ନ ଦେଖିଆସୁଥିବା ବେଳେ ଏବେ ତାହା ସାକାର ହୋଇଛି । ଏକଦା ବିଶ୍ୱକପ୍ ଯୋଗ୍ୟତା ମିଳିବା ଅସମ୍ଭବ ବୋଲି ମନେ ହେଉଥିଲେ ମଧ୍ୟ ଏବେ ତାହା ସମ୍ଭବପର ହୋଇପାରିଛି । ଏହି ଅନୁଭୂତି ଅବର୍ଣ୍ଣନୀୟ ବୋଲି ଓସୋରିଓ କହିଛନ୍ତି । କତାର ହେବାକୁ ଥିବା ବିଶ୍ୱକପ୍ ସକାଶେ ଗତ ସପ୍ତାହରେ କାନାଡା ପାଖରେ ସୁଯୋଗ ଥିଲା । କିନ୍ତୁ ଦଳ କୋଷ୍ଟାରିକାଠାରୁ ପରାସ୍ତ ହେବା ଫଳରେ ଦଳର ଏହି ଆଶା ବିଳମ୍ବିତ ହୋଇଥିଲା । ଘରୋଇ ଦର୍ଶକଙ୍କ ଉତ୍ସାହ ମଧ୍ୟରେ କାନାଡା ଜାମାଇକାକୁ ପରାସ୍ତ କରିଥିବା ବେଳେ ନିଜ ନିଜ ମୁକାବିଲାରେ ବିଜୟୀ ହୋଇଥିଲେ ମଧ୍ୟ ଆମେରିକା, ମେକ୍ସିକୋ ଓ କୋଷ୍ଟାରିକାକୁ ବିଶ୍ୱକପ୍ ଯୋଗ୍ୟତା ସକାଶେ ଅପେକ୍ଷା କରିବାକୁ ପଡ଼ିଛି । ଜାମାଇକାକୁ ପରାସ୍ତ କରିବା ପରେ ସ୍ଥାନୀୟ ଦର୍ଶକ ନିଜ ଦେଶର ଜାତୀୟ ସଙ୍ଗୀତ ଗାନ କରିବା ସହ ଓସୋରିଓ ଓ ସାଥୀ ଖେଳାଳିମାନେ ପଡ଼ିଆରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking