ଅନୁଗୁଳ: କେବେ ଖୋଲିବ ପୁଣି ଟିଟିପିଏସ୍ ଅର୍ଥାତ୍ ତାଳଚେର ଥର୍ମାଲ ପାୱାର ଷ୍ଟେସନର ଭାଗ୍ୟ। ପୁଣି ଥରେ ଚଳଚଞ୍ଚଳ ହେବ ପ୍ଲାଣ୍ଟ ଅଞ୍ଚଳ। ଦୀର୍ଘ ଏକ ବର୍ଷ ହେବ ସରକାର ପ୍ରଦୂଷଣ ଗତ ସମସ୍ୟା ଦେଖାଇ ପ୍ଲାଣ୍ଟଟିକୁ କ୍ଲୋଜର ନୋଟିସ କରି ବନ୍ଦ କରିଦେଲେ। ଏଥିରେ କାର୍ୟ୍ୟରତ ୮୭୫ ଶ୍ରମିକଙ୍କ ପେଟକୁ ନାତ ମାରିଲେ ସରକାର। ଖୁବ୍ ଶୀଘ୍ର ନୂତନ ପ୍ଲାଣ୍ଟ ତିଆରି ହେବ ଆଉ ଶ୍ରମିକମାନେ ନିଯୁକ୍ତି ପାଇବେ ବୋଲି ସରକାର କହିଥିଲେ। ହେଲେ ଏଥି ମଧ୍ୟରେ ଗୋଟିଏ ବର୍ଷ ବିତି ସାରିଥିଲେ ମଧ୍ୟ ପ୍ଲାଣ୍ଟ ବିଷୟରେ କେହି ଚିନ୍ତା କରୁନାହାନ୍ତି।
ସେପଟେ ଖରା, ବର୍ଷାକୁ ଖାତିର ନକରି ପ୍ଲାଣ୍ଟ ଆଗରେ ଧାରଣାରେ ବସିଛନ୍ତି ରୋଜଗାର ହରାଇଥିବା ଶ୍ରମିକ। ଘରେ ଆଉ ଚୁଲି ଜଳୁନାହିଁ କି ପାଖରେ ଆଉ ଧର୍ୟ୍ୟ ନାହିଁ। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ନହେଲେ ଶେଷରେ ପ୍ଲାଣ୍ଟ ଆଗରେ ସାମୂହିକ ଆତ୍ମାହୁତି ଦେବା ପାଇଁ ଚେତାବନୀ ଦେଲେ ଶ୍ରମିକ।