20.1 C
Bhubaneswar
Thursday, January 16, 2025
Homeଦଶମ ପରୀକ୍ଷା-୨୦୨୨ଓଡିଶା ଏଚ୍‌ଏସ୍‌ସି ପରୀକ୍ଷା ୨୦୨୩ ପଞ୍ଜୀକରଣ ଆରମ୍ଭ

ଓଡିଶା ଏଚ୍‌ଏସ୍‌ସି ପରୀକ୍ଷା ୨୦୨୩ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର/ନୂଆଦିଲ୍ଲୀ: ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ, ଓଡିଶା ପକ୍ଷରୁ ଏଚ୍‌ଏସ୍‌ସି ପରୀକ୍ଷା ୨୦୨୩ର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ସରକାରୀ ମୁଖ୍ୟ ୱେବସାଇଟ୍ ବିଏସ୍‌ଇଓଡିଶା ଡଟ୍ ଇନ୍‌ରେ ଏଚ୍‌ଏସ୍‌ସି ପରୀକ୍ଷା ପାଇଁ ବିଦ୍ୟାଳୟର ମୁଖ୍ୟମାନେ ୯ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ପାରିବେ । ସରକାରୀ ବିଜ୍ଞପ୍ତି ଅନୁଯାୟୀ, କେବଳ ବିଦ୍ୟାଳୟର ମୁଖ୍ୟମାନେ ଛାତ୍ରମାନଙ୍କୁ ଏଚ୍‌ଏସ୍‌ସି ୨୦୨୩ ପରୀକ୍ଷା ପାଇଁ ନାମ ଲେଖାଇ ପାରିବେ । ଅକ୍ଟୋବର ୮ ରେ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବ ଏବଂ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଆବେଦନ କରୁଥିବା ଛାତ୍ରମାନେ ରାତି ୧୧:୪୫ ପୂର୍ବରୁ ନାମ ଲେଖାଇବାକୁ ପଡିବ । ଅବଶ୍ୟ, ଯେଉଁ ବିଦ୍ୟାଳୟଗୁଡ଼ିକ ଫି’ ବିଳମ୍ବରେ ଦାଖଲ କରନ୍ତି, ସେମାନେ ଅକ୍ଟୋବର ୯ ପର‌୍ୟ୍ୟନ୍ତ ଆବେଦନ ଫର୍ମ ଦାଖଲ କରିପାରିବେ ।
ଅପରପକ୍ଷେ ଚଳିତଥରର ଦଶମ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ଆସନ୍ତା ଏପ୍ରିଲ୍ ୨୬ରୁ ମେ ୬ ତାରିଖ ଘୋଷଣା କରଯାଇଥିବା ବେଳେ ପିଲାମାନେ ପରୀକ୍ଷା କେନ୍ଦ୍ର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । କେଉଁ ବିଷୟରେ କେଉଁ ଛାତ୍ର ଦୁର୍ବଳ ସେ ନେଇ ଏବେ ଶିକ୍ଷକମାନେ ପିଲାମାନଙ୍କୁ ସେହି ବିଷୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସମୟରେ ପିଲାଏ ଟ୍ୟୁସନ୍‌କୁ ବେଶୀ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଲାଏ ବିଭିନ୍ନ ବିଷୟକୁ ଏବେ ଅଭ୍ୟାସ କରିବାରେ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking