20.1 C
Bhubaneswar
Thursday, January 16, 2025
Homeଓଡିଶାନକଲି ଡାକ୍ତର ଗିରଫ ମାମଲା : ୫ଦିନିଆ ରିମାଣ୍ଡରେ ଡ୍ରାଇଭର ପପୁ

ନକଲି ଡାକ୍ତର ଗିରଫ ମାମଲା : ୫ଦିନିଆ ରିମାଣ୍ଡରେ ଡ୍ରାଇଭର ପପୁ

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁଙ୍କୁ ମହିଳା ଥାନା ପୁଲିସ ରିମାଣ୍ଡରେ ନେଇଛି । ଗତ ମଙ୍ଗଳବାର ଠାରୁ ତାଙ୍କୁ ୫ଦିନିଆ ରିମାଣ୍ଡରେ ନିଆଯାଇଛି । ପୁଲିସ ୭ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ କୋର୍ଟ ୫ଦିନ ଅନୁମତି ଦେଇଥିଲେ । ତେବେ ମହାନଗର ନିଗମ ନିର୍ବାଚନ କାର୍ଯ୍ୟରେ ପୁଲିସ ବ୍ୟସ୍ତ ଥିବାରୁ ପପୁଙ୍କୁ ଜେରା କରିପାରିନାହିଁ । ଶୁକ୍ରବାର ଠାରୁ ଭଲଭାବେ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି ।

ପପୁଙ୍କୁ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ପଚରାଯିବ । ରମେଶଙ୍କ ନକଲି ବାହାଘରରେ ପପୁ ଅସଲି ବରଯାତ୍ରୀ ସାଜୁଥିଲେ । ତେଣୁ ତାଙ୍କ ପାଖରେ ରମେଶଙ୍କ ସବୁ ଗୁମର ରହିଛି । ସେ ମୁହଁ ଖୋଲିଲେ ରମେଶଙ୍କ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି । ଶନିବାର ପପୁଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଜେଲ ପଠାଇ ଦିଆଯିବ । ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ ଗତ ୧୭ତାରିଖରେ ପପୁଙ୍କୁ ଗିରଫ କରାଯାଇଥିଲା । ରମେଶ ଗିରଫ ହେବା ପର ଠାରୁ ଡ୍ରାଇଭର ପପୁ ଫେରାର ଥିଲେ । ଏମିତିକି ଠକେଇ କରିବାରେ ସେ ରମେଶଙ୍କୁ ସହଯୋଗ କରୁଥିଲେ । ତେଣୁ ତାଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking