32.1 C
Bhubaneswar
Friday, October 18, 2024
Homeଓଡିଶାବ୍ୟାସନଗର ପୌର ନିର୍ବାଚନରେ ପୃର୍ବତନ ରାଜ୍ୟସଭା ସାଂସଦ ରାମ ଚନ୍ଦ୍ର ଖୁଣ୍ଟିଆ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟ...

ବ୍ୟାସନଗର ପୌର ନିର୍ବାଚନରେ ପୃର୍ବତନ ରାଜ୍ୟସଭା ସାଂସଦ ରାମ ଚନ୍ଦ୍ର ଖୁଣ୍ଟିଆ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟ ପାଇଁ ପଚାର କଲେ

ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀମାନକ ସପକ୍ଷରେ ଭୋଟ ଦେବା ପାଇଁ ପଚାର କରିଛନ୍ତି ପୂର୍ଵତନ ରାଜ୍ୟ ସଭା ସଂସଦ ତଥା ଅନ୍ତର୍ଜାତୀୟ ଶ୍ରମିକ ନେତା ଡ଼ଃ ରାମ ଚନ୍ଦ୍ର ଖୁଣ୍ଟିଆ ଓ ନିର୍ବାଚନ ପାଇଁ ରଣ କୌଶଳ ସ୍ଥିର କରିଛନ୍ତି l ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଫଳ ତା ଓ ବ୍ୟାସନଗରର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ଦଳ ଭୋଟରଙ୍କ ପାଖକୁ ଯିବ l ସହର ବିକାଶ ପାଇଁ ବିଜେଡ଼ି ଦଳ ଚିନ୍ତା ନ କରି ନିଜ କଥା ଦେଖି ଛନ୍ତି ମୁଖ୍ୟ ସମସ୍ୟା ସହରର ଲେବୁଲ କ୍ରସିଂ ଟ୍ରାଫିକ ଡ୍ରେନଜେ ସମସ୍ୟା ପ୍ରତିପୌର ଶାସନରେ ଥିବା ବିଜେଡ଼ି କାଉନସିଲ ଧ୍ୟାନ ଦେଇ ନାହାନ୍ତି l

ସହରର ବିକାଶ ପରିବର୍ତେ ବିନାଶ କରିଛନ୍ତି l କେନ୍ଦ୍ରରେ ଥିବା ବିଜେପି ସରକାର ଶ୍ରମିକ ମlରଣ ନୀତି କରିଛନ୍ତି ଘରୋଇ କାରଣ ନାମ ରେ ଲାଭ ଜନକ ରାଷ୍ଟ୍ରୀୟ ଉଦ୍ୟୋଗ ଗୁଡିକୁଶାଗ ମୁଗ ଦରରେ ବିକ୍ରି କରି ପୁଞ୍ଜିପତି ମାନଂକୁ ପରୋକ୍ଷରେ କୋଟି ପତି କରି ଶ୍ରମିକ ଖଟିଖିଆ ମାନଂକୁ ଦିନ ଦରିଦ୍ର ସଜାଉ ଛନ୍ତି l ଶ୍ରମିକ ଚଟେଇ କରି ବା ସେମାନଙ୍କ ପରିବାର ଉପରେ ଭୋକ ଉପବାସରେ ଦିନ କାଟୁଛନ୍ତି l ପ୍ରେଟ୍ରୋଲ ମୂଲ୍ୟ ବୃଦ୍ଧି କରିବା ସଂଗେ ଆକାଶ ଛୁଆ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଲୋକେ ଅତିଷ୍ଟ ହେଉଛନ୍ତି ବିଦ୍ୟୁତ କମ୍ପାନୀ କୁ ଟାଟା ପାୱାର ହାତରେ ଟେକି ଦେଇ ଉପଭୋକ୍ତାଙ୍କ ଉପରେ ଜୁଲୁମ କରିବା ବେକାର ଯୁବକକୁ ନିଯୁକ୍ତି ନ ଦେବା ଫଳରେ ବେକାର ସଂଖ୍ୟା ଦ୍ରୁତ ଗତି ରେ ବୃଦ୍ଧି ପାଉଛି l ଅନ୍ୟପକ୍ଷରେ ବ୍ୟାସନଗର ସହର ପୁରୁଷ ପୁରୁଷ ଧରି ବାସ କରୁ ଥିବା ଲୋକ ମାନଂକୁ ଝାଟି ଜଙ୍ଗଲ ଦର୍ଶାଇ ଜମି ପଟା ମିଳୁନି ଚୋରଦା ନତପଡ଼ା ମୁଣ୍ଡ ମାଳ ସାତକୋଣିଆ ରମ୍ପାସ ପ୍ରଭୁତି ବହୁ ଗ୍ରାମ ଗୁଡିକରେ ପଟା ମିଳୁନାହଁ ଏହା ରାଜ୍ୟ ସରକାରଙ୍କ ବି ଫଳତା ବହୁ ସମସ୍ୟା ସମ୍ପର୍କ ରେ ଏକ ବୈଠକ ଅଣସଂଗଠିତ ଶ୍ରମିକ କଂଗ୍ରେସ କାର୍ଯ୍ୟଳୟରେ ଆଇ ଏନ ଟି ଉ ସି ଆ ଇ ର ଶ୍ରମିକ ଓ ବ୍ୟାସନଗର ର ନେତୃ ସ୍ଥାନୀୟ ମାନଙ୍କ ଏକ ବୈଠକ ହୋଇଥିଲା l

ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସ ସେଲର ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ପlରମ୍ବିକ ସୂଚନା ଦେଇ ଥିଲେ ପୂର୍ଵତନ ସାଂସଦ ତଥା ଅନ୍ତର୍ଜାତୀୟ ଶ୍ରମିକ ନେତା ଡ଼ଃ ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳ ତା ସମ୍ପର୍କରେ ଆଲୋଚନା କରି ଥିଲେ ସହର ଈସୁକୁ ପାଥେୟ କରି କଂଗ୍ରେସ କର୍ମୀ ମାନେ ସହର ବାସି ନିକଟକୁ ଯାଇ ଭୋଟ ପାଇଁ ଅପିଲ କରିବା ପାଇଁ ନିଷ୍ପତି ନିଆ ଯାଇଛି l କଂଗ୍ରେସ ଦଳର ଅଧକ୍ଷା ଓ କାଉନସିଲ ମାନଂକୁ ଭୋଟ ଦେବା ପାଇଁ କହିବ କଂଗ୍ରେସ ଦଳ ପୌର ପରିଷଦ କୁ ଆସିଲେ ସହର ସମସ୍ୟା ଲାଘବ କରିବ ଉକ୍ତ ବୈଠକ ରେ ନୃସିଂହ ଚରଣ ପହି, ନାରାୟଣ ନାୟକ ଦିଲୀପ କୁମାର ମଲ୍ଲିକ ରବୀନ୍ଦ୍ର କୁମାର ସିଂ ନିରଂଜନ ପରିଡା ବିଦ୍ୟାଧର ଜେନା ଚନ୍ଦ୍ର ମଣି ସାମଲ ଓ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ବହୁ ନେତୃ ଵୁନ୍ଦ ଉପସ୍ଥିତ ରହି ମତା ମତ ଦେଇ ଥିଲେl

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking