26.1 C
Bhubaneswar
Friday, January 24, 2025
Homeଓଡିଶାଏଣିକି ରବିବାରରେ ଜଗା ଦର୍ଶନ କରିବେ ଭକ୍ତ

ଏଣିକି ରବିବାରରେ ଜଗା ଦର୍ଶନ କରିବେ ଭକ୍ତ

ପୁରୀ : କରୋନା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଲାଗିଥିବା ରବିବାର କଟକଣାକୁ ହଟାଇ ଦିଆଯାଇଛି । ଚଳିତ ମାସ ଅର୍ଥାତ ମାର୍ଚ୍ଚ ୨୦ ତାରିଖ ଠାରୁ ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର । ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସବୁଦିନ ଭଳି ରବିବାର ବି ସାଧାରଣ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରି ଦର୍ଶନ କରିପାରିବେ । ଦର୍ଶନ ସମୟ ନେଇ ଲାଗିଥିବା କଟକଣାକୁ ହଟାଇ ଦିଆଗଲା ବୋଲି ଜିଲ୍ଲାପାଳ କହିଛନ୍ତି । ଫଳରେ ଦ୍ୱାରଫିଟା ଠାରୁ ପହଡ଼ ନୀତି ପର୍ଯ୍ୟନ୍ତ ସାଧାରଣ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ବୋଲି ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ହୋଲି ପରଠୁ ରବିବାର ମିଳିପାରିବ ଦର୍ଶନ । ମଙ୍ଗଳ ଆଳତୀରୁ ପହୁଡ଼ ପର୍ଯ୍ୟନ୍ତ ଭକ୍ତଙ୍କୁ ମିଳିବ ଦର୍ଶନ । ବଡ଼ସିଂହାର ବେଶ ଦର୍ଶନ କରି ପାରିବେ ଭକ୍ତ । ନୀତି ଶୃଙ୍ଖଳା ଉପରେ ଗୁରୁତ୍ୱ । ସୂଚନାଯୋଗ୍ୟ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରରେ ରବିବାର ଦିନ ଜଗା ଦର୍ଶନ ବନ୍ଦ ଥିଲା । ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଛତିଶା ନିଯୋଗ ବେ?ଠକରେ ରବିବାର ଦିନ ମଧ୍ୟ ଜଗାଦର୍ଶନକୁ ଅନୁମତି ଦେବାକୁ ଛତିଶାନିଯୋଗ ବେ?ଠକରେ ନିଷ୍ପତ୍ତି ହୋଇଛି । ରବିବାର ଦିନ ପୁରୀରେ ଅଧିକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଥାଏ । କିନ୍ତୁ କଟକଣା ଥିବାରୁ ଶ୍ରଦ୍ଧାଳୁମାନେ ଜଗା ଦର୍ଶନରୁ ବଞ୍ଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking