ନୂଆଦିଲ୍ଲୀ: କଏଦୀଙ୍କୁ ଜେଲରେ କୁସ୍ତି ଶିଖାଉଛନ୍ତି ଅଲିମ୍ପିୟାନ ସୁଶୀଲ କୁମାର । ରେସଲେର ସାଗର ରାଣାଙ୍କ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଲିମ୍ପିୟାନ ସୁଶୀଲ କୁମାର ତିହାର ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ଏହାରି ଭିତରେ ଜେଲରେ କଏଦୀଙ୍କୁ କୁସ୍ତି ଶିଖାଉଛନ୍ତି ସୁଶୀଲ । ଏନେଇ ଜେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତାଙ୍କୁ ଅନୁମତି ମିଳିଛି । ଅଲିମ୍ପିୟାନ ସୁଶୀଲ କୁମାର ଜେଲରେ କୁସ୍ତି ଶିଖାଇବା ଆରମ୍ଭ କରିଛନ୍ତି । ଏନେଇ ଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଯେଉଁ କଏଦୀମାନେ ତାଙ୍କ ଠାରୁ କୁସ୍ତି ଶିଖିବା ପାଇଁ ଇଚ୍ଛା ପ୍ରକାଶ କରିବେ ସେମାନେ ଶିଖି ପାରିବେ । ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ୬ରୁ ୭ଜଣ କଏଦୀ ସୁଶୀଲଙ୍କ ଠାରୁ କୁସ୍ତି ଟ୍ରେନିଂ ନେଉଛନ୍ତି । ପୂର୍ବରୁ ଏହା ଆରମ୍ଭ କରିବା ପାଇଁ ଯୋଜନା କରାଯାଇଥିବା ବେଳେ କୋରୋନା ଯୋଗୁଁ ଏହା ଆରମ୍ଭ ହୋଇ ପାରିନଥିଲା । ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇବା ପରେ ଏହା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ୨୩ ମେ’ ୨୦୨୧ରେ ଛତ୍ରସାଲ ଷ୍ଟାଡିୟମରେ ସାଗର ରାଣାଙ୍କ ହତ୍ୟା ମାମଲାରେ ଅଲିମ୍ପିୟାନ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ଗିରଫ କରାଯାଇଥିଲା । ମେ’ ୪ ତାରିଖରେ ସୁଶୀଲ ଓ ତାଙ୍କ ସହଯୋଗୀ ମୃତ ସାଗର ଓ ତାଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରିଥିଲେ । ଯେଉଁଥିରେ ସାଗରଙ୍କ ମୃତ୍ୟୁ ହୋଇଥିଲା ।