27.1 C
Bhubaneswar
Friday, November 22, 2024
Homeଅପରାଧଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ୍‌

ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ୍‌

କେନ୍ଦୁଝର: ସ୍ପେଶାଲ ଟ୍ରାକ୍ କୋର୍ଟ ସୋମବାର ଏକ ଦୁଷ୍କର୍ମ ମାମଲାର ଶୁଣାଣିକରି ଜଣେ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଦେବା ସହ ୫ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଆଉ ୩ମାସ ଜେଲ ଭୋଗିବାକୁ ପଡ଼ିବ ବୋଲି ଦର୍ଶାଇଛନ୍ତି । ସୂଚନଯୋଗ୍ୟ ଯେ, ସଦର ଥାନା ଅନ୍ତର୍ଗତ ମଇଦାନକେଲ ଗ୍ରାମପଞ୍ଚାୟତ ତାଳପଦା ଗ୍ରାମର ଶ୍ରବଣ କୁମାର ନାୟକ(୨୫) ଉକ୍ତ ଗ୍ରାମର ଜଣେ ୨୩ବର୍ଷ ବୟସ୍କା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା ।

ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଯେତେବେଳେ ସେ ୭ମାସର ଗର୍ଭବତୀ ହେଲେ ସେତେବେଳେ ଯୁବତୀ ଜଣକ ବିବାହ କରିବା ପାଇଁ ଶ୍ରବଣକୁ କହିବାରୁ ସେ ଏଥିରେ ଅରାଜି ହୋଇଥିଲା । ଫଳରେ ଯୁବତୀ ତାଙ୍କ ଘରକୁ ଯାଇଥିବା ବେଳେ ଶ୍ରବଣର ମା’ ଶକୁନ୍ତଳା, ବଡ଼ଭାଇ ତ୍ରିଲୋଚନ ଏବଂ ଭାଉଜ ରଜନୀ ତାଙ୍କୁ ମାରିଦେବାକୁ ଧମକ ଚମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଯୁବତୀ ସଦର ଥାନାର ଆଶ୍ରୟ ନେଇଥିଲେ ।

ପୁଲିସ ମାମଲା ରୁଜୁକରି ଅଭିଯୁକ୍ତ ୪ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା । ସୋମବାର ଏହି ମାମଲାର ଶୁଣାଣି କରାଯାଇ ୧୪ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି ସ୍ୱତନ୍ତ୍ର କୋର୍ଟର ବିଚାରପତି ଡକ୍ଟର ମମତା ମହାନ୍ତି ଅଭିଯୁକ୍ତ ଶ୍ରବଣକୁ ଦଣ୍ଡାଦେଶ ଦେବା ସହ ଅନ୍ୟ ୩ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking