28.1 C
Bhubaneswar
Thursday, March 28, 2024
Homeଓଡିଶାଶବ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନକଲେ ବିଜୁଳି କର୍ମଚାରୀ

ଶବ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନକଲେ ବିଜୁଳି କର୍ମଚାରୀ

ବ୍ରହ୍ମପୁର : ରାଜ୍ୟର ଲକ୍ଷାଧିକ ବିଦ୍ୟୁତ ଉପଭୋକ୍ତାଙ୍କୁ ନିରବଛିନ୍ନ ସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବିଜୁଳି କର୍ମଚାରୀ ମାନେ ଗତ ୧୮୬ ଦିନ ଧରି ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି । ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର କମ୍ପାନୀ ପକ୍ଷରୁ ଏମାନଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ମିଳିଛି । ତେଣୁ ଆଜି ଶତାଧିକ ବିଜୁଳି କର୍ମଚାରୀ କର୍ତ୍ତୁପକ୍ଷଙ୍କ ଏଭଳି ନିରବତା, ଅବହେଳାକୁ ବିରୋଧ କରି ଶବ ଶୋଭାଯାତ୍ରା କରି ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି । ବହୁ ବର୍ଷ ଧରି ବିଦ୍ୟୁତ୍ ଗ୍ରାହକମାନଙ୍କୁ ସେବା ପ୍ରଦାନ କରିଥିବା ଏମାନେ ଘୋର ଆର୍ଥିକ ଅନଟନ ସ୍ଥିତି ଦେଇ ଗତି କରୁଛନ୍ତି ।

ଏହା ସତ୍ତ୍ୱେ ନା ରାଜ୍ୟ ସରକାର ନା ଟାଟା କର୍ତ୍ତୃପକ୍ଷ କେହି ବିଜୁଳି କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବିକୁ ମାନୁ ନଥିବାରୁ ଏମାନେ ବାଧ୍ୟ ହୋଇ କର୍ତ୍ତୃପକ୍ଷଙ୍କ ମୃତ ସ୍ଥିତିକୁ ପ୍ରତୀକାତ୍ମକ ଭାବେ ପ୍ରଦର୍ଶନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ଏମାନେ ଭିକ୍ଷା କରି ଏବଂ ନିଜକୁ ମୁଣ୍ଡନ କରି ପ୍ରତିବାଦ ଜଣାଇଛନ୍ତି । ତଥାପି କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି କର୍ତ୍ତୃପକ୍ଷ ।

ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ ଲୁଚାଛପାରେ ଅନ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ ହୋଇଛି । ଦୀର୍ଘ ସମୟ ଧରି ଏମାନଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ କେଉଁ ରୂପ ନେବ ତାହା କହିବା କଷ୍ଟକର ବୋଲି ଚର୍ଚ୍ଚା ହେଉଛି । ଏହି କାର୍ଯ୍ୟକ୍ରମରେ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଜେନା, ସାଧାରଣ ସଂପାଦକ ବିନୋଦ ସାହୁ, ସହାୟକ ସାଧାରଣ ସଂପାଦକ ନିରଞ୍ଜନ ପାତ୍ର, କାର୍ଯ୍ୟ ନିର୍ବାହୀ ସଭ୍ୟ ହରପ୍ରସାଦ ବିଶୋୟୀ, ଲମ୍ବୋଦର ଜେନ. ବଳୟବର ସେଠୀଙ୍କ ସମେତ ବହୁ ସଦସ୍ୟ  ଯୋଗ ଦେଇଥିôଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking