26.1 C
Bhubaneswar
Tuesday, March 18, 2025
Homeଓଡିଶାଘରେ ଘରେ ‘ମୋ କଳାପଟା’  ଅଭିଯାନ

ଘରେ ଘରେ ‘ମୋ କଳାପଟା’  ଅଭିଯାନ

ଫିରିଙ୍ଗିଆ : ପ୍ରାଥମିକ ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାକୁ ଅଭିନବ ପ୍ରୟାସ । ଘରେଘରେ  ଆରମ୍ଭ ହୋଇଛି ମୋ କଳାକଟା ଅଭିଯାନ । ସମଗ୍ର ଦେଶ ଓ ରାଜ୍ୟ ପରି କନ୍ଧମାଳ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମିତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସମଗ୍ର ରାଜ୍ୟରେ ତୃତୀୟ ଲହର ମୁଣ୍ଡ ଟେକିଥିବା ବେଳେ କରୋନା କଟକଣା ଯୋଗୁଁ ପ୍ରଥମ ଲହର ଆରମ୍ଭରୁ ହିଁ ସମଗ୍ର ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣଭାବେ ବନ୍ଦ ରହିଛି । ରିପୋର୍ଟ ପ୍ରକାରେ ପ୍ରାୟ ୨୩ ମାସ ହେଲା ସମଗ୍ର ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ତାଲାପଡ଼ିଛି । ଗତ କିଛିଦିନ ତଳେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କରୋନାର ତୃତୀୟ ଲହର ବାଧ୍ୟ କରିଥିଲା ପୁଣିଥରେ ବିଦ୍ୟାଳୟ ଗୁଡ଼ିକରେ ତାଲା ପକାଇବା ପାଇଁ ।

ବର୍ଷ ବର୍ଷ ଧରି ବିଦ୍ୟାଳୟ ବନ୍ଦଥିବା ଯୋଗୁଁ  ପ୍ରାଥମିକ ଶିକ୍ଷା ସମ୍ପୂର୍ଣର୍ ଭୁଶୁଡ଼ି  ପଡ଼ିଥିବା କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ । ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ମାନଙ୍କରେ ପ୍ରାଥମିକ ଶିକ୍ଷକ ବ୍ୟବସ୍ଥା ସମ୍ପୂଣ୍ଣ ର୍ଭାବେ ଠପ୍ ହୋଇ ପଡ଼ିଥିବା ଦେଖାଯାଇଛି । ତେବେ ଗୋଟିଏ ସ୍ତରରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଅନ୍‌ଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଜାରି ରହିଥିଲେ ମଧ୍ୟ ଏହି ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଜିଲ୍ଲାର ଦୁର୍ଗମ ଓ ଯେଉଁ ସ୍ଥାନରେ ମୋବାଇଲ୍ ସେବା ପହଞ୍ଚିପାରିନାହିଁ ସେଠାରେ ସମ୍ଭବ ହୋଇ ପାରିନାହିଁ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଘରକୁ ଘର ଯାଇ ଗାଁରେ କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷାଦାନ ଜାରି ରଖିଥିବା ବେଳେ ଆଉ କେତେକ ଆଜି ପର୍ଯ୍ୟନ୍ତ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ମାନିବାକୁ ପ୍ରସ୍ତୁତ ହୋଇ ନାହାନ୍ତି । ଏପରିକି କ୍ଷେତ୍ର କର୍ମଚାରୀ ମାନେ ମଧ୍ୟ ଏ ଦିଗରେ କୌଣସି ପ୍ରକାର ଗୁରୁତ୍ୱ ଦେଉନଥିବା ବେଳେ କରୋନା ସଂକ୍ରମିତ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମଧ୍ୟ ଏହାକୁ କେତେକ ଶିକ୍ଷକ ଓ ଶିକ୍ଷୟତ୍ରୀ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନଥିବା କୁହାଯାଇଛି । ତେବେ ଘରକୁ ଘର ଯାଇ ପାଠ ପଢାରେ ଶିକ୍ଷାର୍ଥୀମାନଙ୍କୁ ମିଶନ୍ ଏକ-ଦୁଇ-ତିନି ମାଧ୍ୟମରେ ମୌଳିକ ସାକ୍ଷରଣା, ପଠନ, ଲିଖନ ଓ ଗାଣିତିକ ସଂଖ୍ୟା ଜ୍ଞାନ  ଉପରେ ଶିକ୍ଷାଦାନ ପାଇଁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ ।

ତେବେ ଏହି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଯାଇ ମିଶନର ଲକ୍ଷ୍ୟ ହାସଲ ପାଇଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଆଦର୍ଶଗ୍ରାମ କରଣ୍ଡାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ମୁଖୀ ତାଙ୍କର ନିଜସ୍ୱ ପ୍ରଚେଷ୍ଟାରେ ଏକ ନୂତନ କୌଶଳ ପ୍ରୟୋଗ କରିଥିବାର ଦେଖିବାକୁ ମିଳିଛି । ନିଜ ପ୍ରଚେଷ୍ଟାରେ ‘ମୋ ଘର କଳାପଟା’ କାର୍ଯ୍ୟକ୍ରମ ଜରିଆରେ ମିଶନ ଏକ-ଦୁଇ-ତିନିକୁ ପୁରଣ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରିଥିବା ବେଳେ ଉକ୍ତ ଆଦର୍ଶ ଗ୍ରାମର ଛାତ୍ରଛାତ୍ରୀ ମାନେ ଯେଉଁମାନେ ପ୍ରାଥମିକ ଶିକ୍ଷାଗ୍ରହଣ କରୁଛନ୍ତି ସେହି ଛାତ୍ରଛାତ୍ରୀ ମାନଙ୍କର ପ୍ରତ୍ୟେକ ଘର କାନ୍ଥରେ ତିଆରି ହୋଇଛି କଳାପଟା ।

ଉକ୍ତ କଳାପଟାରେ ଅକ୍ଷର, ସଂଖ୍ୟା, ଶବ୍ଦ ଇତ୍ୟାଦି ଲେଖାଯାଇଛି । ଏହା ପିଲାମାନଙ୍କୁ ବହୁତ ଆନନ୍ଦ ଦେବା ସହିତ ନିଜ ଘର କାନ୍ଥରେ ଥିବା କଳାପଟାରେ ନିଜକୁ ବ୍ୟସ୍ତ ରଖୁଥିବାର ଦେଖାଯାଇଛି । ଗତ ଦିନରେ ପାଠପଢାକୁ ବନ୍ଦ ରଖି ଯେଉଁ ଛାତ୍ରଛାତ୍ରୀ ମାନେ ବୁଲାବୁଲି କରୁଥିଲେ ସେହିମାନେ ଏବେ ପ୍ରତ୍ୟେକ ଦିନ ଘର ଆଗରେ ଥିବା କଳାପଟାରେ ବସି ଶିକ୍ଷା ଗ୍ରହଣ କରୁଥିବା ବେଳେ ଏଥିରେ ପରିବାରର ସଦସ୍ୟମାନେ ମଧ୍ୟ ବେଶ୍ ସହଯୋଗ କରୁଛନ୍ତି । ଶିକ୍ଷକଙ୍କର ଏଭଳି ଅଭିନବ ଉପାୟକୁ ଅଭିଭାବକ ମହଲରେ ମଧ୍ୟ ବେସ୍ ସ୍ୱାଗତ କରାଯିବା ସହିତ ନିଜ ନିଜ ପିଲାମାନଙ୍କୁ ମଧ୍ୟ ଶିକ୍ଷା ଗ୍ରହଣରେ ବେସ୍ ସହାୟକ ହେଉଥିବା ପ୍ରଧାନ ଶିକ୍ଷକଙ୍କ ଏଭଳି ଉଦ୍ୟମକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ଏଭଳି ଅଭିନବ ଉପାୟ ଯୋଗୁଁ ଗ୍ରାମର ଘରେ ଘରେ ଶିକ୍ଷଣ ପରିବେଶ ସୃଷ୍ଟି ହୋଇଥିବାର ଦେଖାଯାଇଛି। ଏହି କଳାପଟା କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କ ସମ୍ପୃକ୍ତ ସହିତ ପରିବାରର ସଦସ୍ୟ ମାନଙ୍କର ମଧ୍ୟ ସହଯୋଗ କରୁଥିବା ତଦାରଖ କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking