କଟକ: ମଙ୍ଗଳାବାଗରେ ଏକ ଲ୍ୟାବରେ କମିଶନରେଟ ପୋଲିସ ରେଡ କରିଛି । ୫ ହଜାର ଟଙ୍କା ଦେଇ ଲିଙ୍ଗ ନିରୂପଣ ଚାଲିଥିବା ଅଭିଯୋଗରେ ପୋଲିସ ରେଡ କରିଛି । ସେହିପରି ଲିଙ୍ଗ ନିରୂପଣରେ ବ୍ୟବହୃତ ଯନ୍ତ୍ରାଂଶ ଜବତ ହେବା ସହ ପଚରାଉଚୁରା ଜାରି ରହିଛି । ତେବେ ଏହି ଘଟଣାରେ ବଡ ନେଟୱାର୍କ ସାମିଲ ଥିବା କଟକ ଡିସିପି ପ୍ରତୀକ ସିଂ କହିଛନ୍ତି । କାରବାରରେ ସାମିଲ ୧୦ ଜଣ ଦଲାଲଙ୍କୁ ଚିହ୍ନଟ କରାଯାଇଛି । ଏକାଧିକ ଜିଲ୍ଲାରୁ ପ୍ରସୂତୀଙ୍କୁ ଅଣାଯାଇ ଲିଙ୍ଗ ନିରୂପଣ କରାଯାଉଥିଲା ।