25.1 C
Bhubaneswar
Sunday, March 16, 2025
Homeକରୋନାଜାତୀୟ କ୍ୟାମ୍ପ୍‌ରେ ଆଉ ୮ ବକ୍ସର୍ କୋଭିଡ୍ ସଂକ୍ରମିତ

ଜାତୀୟ କ୍ୟାମ୍ପ୍‌ରେ ଆଉ ୮ ବକ୍ସର୍ କୋଭିଡ୍ ସଂକ୍ରମିତ

ନୂଆଦିଲ୍ଲୀ:  ପତିଆଲା ଏନ୍‌ଆଇଏସ୍‌ରେ ଚାଲିଥିବା ପୁରୁଷ ଜାତୀୟ କ୍ୟାମ୍ପ୍‌ରେ ଗୁରୁବାର ଆଉ ୮ ଜଣ ବକ୍ସର୍ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ କ୍ୟାମ୍ପ୍‌ରେ ମୋଟ ସଂକ୍ରମିତଙ୍କ ସଂଖା ୨୬ରେ ପହଞ୍ଚିଛି । ସମସ୍ତ ସଂକ୍ରମିତଙ୍କର ସାମାନ୍ୟ ଲକ୍ଷଣ ଥିବାବେଳେ ସେମାନଙ୍କୁ ଆଇଲୋସନ୍‌ରେ ରଖାଯାଇଛି । ବୁଧବାର କ୍ୟାମ୍ପ୍‌ରେ ୧୨ ଜଣ ବକ୍ସର୍ ଓ  ୬ ଜଣ ସପୋର୍ଟ ଷ୍ଟାଫ୍‌ଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଫଳରେ ସଂକ୍ରମିତ ବକ୍ସର୍‌ଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଗୁରୁବାର ଦୁଇଜଣ ମୁଖ୍ୟ ବକ୍ସର୍ ସୁମିତ ଓ ରୋହିତ ମୋର ଏବଂ ସେମାନଙ୍କର ୬ ଜଣ ସ୍ପାରିଙ୍ଗ୍ ପାର୍ଟନର୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହା ସତ୍ତ୍ୱେ କ୍ୟାମ୍ପ୍ ଜାରି ରହିବ ବୋଲି ଜାତୀୟ କ୍ୟାମ୍ପ୍ ସୂତ୍ରରୁ ଜଣାପଡ଼ିଛି । ସଂକ୍ରମିତ ସପୋର୍ଟ ଷ୍ଟାଫ୍‌ଙ୍କ ମଧ୍ୟରେ ମୁଖ୍ୟ କୋଚ୍ ନରେନ୍ଦର ରାଣା ଓ କୋଚ୍ କୋ-ଅର୍ଡିନେଟର୍ ସିଏ କୁଟ୍ଟାପ୍ପାଙ୍କ ସମେତ ଆସିଷ୍ଟାଣ୍ଟ୍ କୋଚ୍ ସୁରଞ୍ଜୟ ସିଂହ ସାମିଲ ଅଛନ୍ତି । ଦୁଇଦିନ ତଳେ ଭାରତୀୟ ବକ୍ସିଂ ମହାସଂଘ ଦ୍ୱାରା ଟୋକିଓ ଅଲିମ୍ପିଆନ୍ ଅମିତ ପଙ୍ଘାଲ୍‌, ବିକାଶ କ୍ରିଶନ୍‌, ମନୀଷ କୌଶିକ, ଆଶିଷ ଚୌଧୁରୀ ଓ ସତୀଶ କୁମାରଙ୍କ ନାମ ମଞ୍ଜୁରୀ ପାଇବା ପରେ ସେମାନେ ଏହି କ୍ୟାମ୍ପ୍‌ରେ ଯୋଗଦେବେ । ଜାତୀୟ ଚାମ୍ପିଅନ୍‌ଶିପ୍‌ରେ ଭାଗ ନେଇନଥିବାରୁ ଏହି ପାଞ୍ଚଜଣଙ୍କୁ ପ୍ରଥମେ କ୍ୟାମ୍ପ୍‌ରୁ ବାଦ୍ ଦିଆଯାଇଥିଲା । ତେବେ ବର୍ତ୍ତମାନର ସଂକ୍ରମଣ ସେମାନଙ୍କ କାର୍ଯ୍ୟକ୍ରମକୁ ପ୍ରଭାବିତ କରୁଛି ନାହିଁ ଦେଖିବାକୁ ବାକି ରହିଛି । ପୂର୍ବରୁ ମହାମାରୀର ଦ୍ୱିତୀୟ ଲହର ସମୟରେ ବକ୍ସିଂ କ୍ୟାମ୍ପ୍ ଦୀର୍ଘ ସମୟ ଧରି ପ୍ରଭାବିତ ହୋଇଥିଲା । ତେବେ ସଂକ୍ରମଣରେ ହ୍ରାସ ଘଟିବା ପରେ ଏହା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking