28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଗୁଆହାଟୀ-ବିକାନେର ଏକ୍ସପ୍ରେସର ୧୨ ବଗି ଲାଇନଚ୍ୟୁତ : ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୪୦ରୁ ଊର୍ଦ୍ଧ୍ୱ...

ଗୁଆହାଟୀ-ବିକାନେର ଏକ୍ସପ୍ରେସର ୧୨ ବଗି ଲାଇନଚ୍ୟୁତ : ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୪୦ରୁ ଊର୍ଦ୍ଧ୍ୱ ଆହତ

ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ
ପ୍ରତ୍ୟେକ ଗୁରୁତର ଆହତଙ୍କୁ ୧ ଲକ୍ଷ
୨ଟି ହେଲ୍‌ପ ଲାଇନ ନମ୍ବର ଜାରି
ଜଳପାଇଗୁଡି : ପଶ୍ଚିମବଙ୍ଗର ଜଳପାଇଗୁଡି ଜିଲ୍ଲା ଅନ୍ତର୍ଗତ ମୈନାଗୁଡି ସହର ନିକଟରେ ଗୁରୁବାର ଗୁଆହାଟୀ-ବିକାନେର ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନଚ୍ୟୁତ ହେବାଫଳରେ ୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ୪୦ ଜଣ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ମୈନାଗୁଡି ହସ୍ପିଟାଲରେ ଏବଂ ୨୪ ଜଣଙ୍କୁ ଜଳପାଇଗୁଡି ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ସିଲିଗୁଡିସ୍ଥିତ ନର୍ଥ ବେଙ୍ଗଲ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ରେଳବାଇ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ, ପ୍ରତ୍ୟେକ ଗୁରୁୁତର ଆହତଙ୍କୁ ୧ ଲକ୍ଷ ଏବଂ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ  କ୍ଷତିପୂରଣ ରାଶି ଘୋଷଣା କରାଯ।।ଇଛି । ଏବେମଧ୍ୟ ଅଧିକାଂଶ ଯାତ୍ରୀ ବଗିଗୁଡିକ ମଧ୍ୟରେ ଚାପି ହୋଇ ରହିଛନ୍ତି । ଗ୍ୟାସ କଟର ସାହାଯ୍ୟରେ ବଗି କାଟି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ରେଳୱେ ସେଫ୍‌ଟି କମିଶନରଙ୍କ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ନୂଆଦିଲ୍ଲୀରୁ ରେଳବାଇ ବୋର୍ଡର ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଆସୁଥିବା ଜଣାପଡିଛି ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରିଥିବାବେଳେ ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ କୋଭିଡ୍ ପ୍ରସଙ୍ଗରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ସମୟରେ ମୋଦୀ ଦୁର୍ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରୁ ତଥ୍ୟ ହାସଲ କରିଥିବା ଜଣାପଡିଛି । ଜନସାଧାରଣଙ୍କ ନିମନ୍ତେ ରେଳବାଇ ପକ୍ଷରୁ ଦୁଇଟି ହେଲ୍‌ପ ଲାଇନ ନମ୍ବର ୦୩୬୧୨୭୩୧୬୨୨ ଓ ୦୩୬୧୨୭୩୧୬୨୩ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ବୁଧବାର ସନ୍ଧ୍ୟାରେ ରାଜସ୍ଥାନର ବିକାନେରରୁ  ଆସାମର ଗୁଆହାଟୀ ପର୍ଯ୍ୟନ୍ତ ଯାତ୍ରାରମ୍ଭ କରିଥିଲା । ଗୁରୁବାର ଅପରାହ୍ନ ୫ଟା ସମୟରେ ଜଳପାଇଗୁଡି ଜିଲ୍ଲାର ନ୍ୟୁ ଦୋମୋହାଣି ଏବଂ ନ୍ୟୁ ମୈନାଗୁଡି ଷ୍ଟେସନ ମଧ୍ୟରେ ଏହାର ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ରେଳବାଇ ପୁଲିସ, ଏନ୍‌ଡିଆରଏଫ୍ ଯବାନ ଓ  ଦମକଳ ବାହିନୀକୁ ନିୟୋଜିତ କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକୁ ତଦାରଖ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking