ଲକ୍ଷ୍ନୌ : ଆଗକୁ ୟୁପି ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ପୁଣି ବିଜେପିକୁ ଲାଗିଛି ଶକ୍ତ ଧକ୍କା । ମୁକେଶ ବର୍ମା ନାମକ ଆଉ ଜଣେ ବିଧାୟକ ବିଜେପିକୁ ବାଏ ବାଏ କହିଛନ୍ତି। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେପଟେ ରାଜ୍ୟ ଶ୍ରମ ମନ୍ତ୍ରୀ ତଥା ଓବିସି ସମ୍ପ୍ରଦାୟର ପ୍ରମୁଖ ନେତା ଦଳରୁ ଇସ୍ତଫା ଦେଇଥିଲେ । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଙ୍ଗଳବାର ନିଜ ପଦ ଓ ଦଳରୁ ଇସ୍ତଫା ଦେଇଥିଲେ । ଏ ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଥିଲେ ।
ସ୍ୱାମୀ ପ୍ରସାଦଙ୍କ ଇସ୍ତଫା ପଛେ ପଛେ ବିଜେପିର ଆଉ ୩ ବିଧାୟକ ଦଳ ଛାଡିଥିଲେ । ବିଧାୟକମାନେ ହେଲେ ତିଲହାରର ରୋସନ ଲାଲ ବର୍ମା, ବିଲହୌରର ଭଗବତୀ ପ୍ରସାଦ ସାଗର ଓ ଟିଣ୍ଡୱାରିର ବ୍ରଜେଶ ମହାପାତ୍ର । ଏବେ ଆଉ ଜଣେ ଯୋଗୀ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଆଦିତ୍ୟନାଥ ଯୋଗୀଙ୍କ କ୍ୟାବିନେଟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ଦାରା ସିଂହ ଚୌହାନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସ୍ୱାମୀ ପ୍ରସାଦ ତାଙ୍କ ଇସ୍ତଫା ପତ୍ରରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ତେବେ ଆଗକୁ ସେ ସମାଜ ବାଦୀ ପାର୍ଟିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।