28.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଖୁବ୍ କମ ଦିନରେ ପାର ହୋଇପାରେ ତୃତୀୟ ଲହର ପିକ୍

ରାଜ୍ୟରେ ଖୁବ୍ କମ ଦିନରେ ପାର ହୋଇପାରେ ତୃତୀୟ ଲହର ପିକ୍

ଭୁବନେଶ୍ୱର:  ରାଜ୍ୟରେ ବର୍ତ୍ତମାନ କୋରୋନା ସଂକ୍ରମଣ ଉପର ମୁହାଁ ଟ୍ରେଣ୍ଡରେ ରହିଛି । ଖୁବ୍ କମ ଦିନରେ ଓଡିଶା ଦ୍ୱିତୀୟ ଲହର ପିକ୍‌କୁ ପାର କରିଯାଇପାରେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହା କହିଛନ୍ତି । ଗୋଟିଏ ମହାମାରୀରେ ପ୍ରଥମେ ସଂକ୍ରମଣ ବଢିବ । ତାହା ପରେ କିଛି ଦିନ ସମାନ୍ତରାଳରେ ରହିବ ଓ ଏହା ପରେ ହିଁ କମିବ । ବର୍ତ୍ତମାନେ ଦେଶରେ ସଂକ୍ରମଣ ବଢୁଥିବାରୁ ଆମ ରାଜ୍ୟରେ ବି ବଢୁଛି । ତେବେ ରାଜ୍ୟରେ ଏବେ ହସପିଟାଲାଇଜେସନ ବହୁତ କମ୍ ରହିଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ବେଡ୍ ଅକ୍ୟୁପେନସି ଷ୍ଟାଟସ୍ ଅନୁଯାୟୀ ଜେନେରାଲ୍ ବେଡ୍‌ରେ ୬ ଦଶମିକ ୫୧, ଆଇସିୟୁରେ ୧୨ ଦଶମିକ ୫୧ ଓ କ୍ରିଟିକାଲ କେୟାରରେ ୩ ଦଶମିକ ୬୨ ପ୍ରତିଶତ ରୋଗୀ ରହିଛନ୍ତି । ବର୍ତ୍ତମାନ ଟେଷ୍ଟ୍ ପଜିଟିଭିଟ୍ ରେଟ୍‌,ହସପିଟାଲାଇଜେସନ, ମୃତ୍ୟୁ ହାର ଓ ଲୋକଙ୍କ ବ୍ୟବହାର ଦେଖି ଆଗାମୀ ପଦକ୍ଷେପ ନିଆଯିବ । ଦେଶରେ ମଧ୍ୟ ହସପିଟାଲାଇଜେସନ କମ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking