ୱାଶିଂଟନ: ଆମେରିକାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ଅତିକ୍ରମ କରିଛି । ୨୦୨୦ ଜାନୁଆରୀରୁ ଏପର୍ଯ୍ୟନ୍ତ ଏହି ମହାମାରୀ ପ୍ରଭାବରେ ଆମେରିକାରେ ୮ ଲକ୍ଷ ୩୭ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଛି । ଏହା ବିଶ୍ୱରେ କୋଭିଡ୍ ମୃତକଙ୍କ ମୋଟ ସଂଖ୍ୟାର ୧୫ ପ୍ରତିଶତ । ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ପ୍ରସଙ୍ଗରେ ଆମେରିକାର ବିଶ୍ୱ ତାଲିକାର ସର୍ବାଗ୍ରେ ରହିଛି ।
ଜିନ୍ହୁଆ ସମ୍ବାଦ ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ ୨୦୨୦ ନଭେମ୍ବର ୯ ସୁଦ୍ଧା ଆମେରିକାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ଛୁଇଁଥିବାବେଳେ ୨୦୨୧ ଜାନୁଆରୀ ୧ ସୁଦ୍ଧା ଏହା ୨ କୋଟି, ୨୦୨୧ ମାର୍ଚ୍ଚ ୨୪ ସୁଦ୍ଧା ୩ କୋଟି, ୨୦୨୧ ସେପ୍ଟେମ୍ବର ୬ ସୁଦ୍ଧା ୪ କୋଟି ଏବଂ ୨୦୨୧ ଡିସେମ୍ବର ୧୩ ସୁଦ୍ଧା ୫ କୋଟିରେ ପହଞ୍ଚିଥିଲା । ଅପରପକ୍ଷରେ ଗତବର୍ଷ ଡିସେମ୍ବର ୧ରେ ଆମେରିକାରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ।