ଭୁବନେଶ୍ୱର: ସଂକ୍ରମଣ ବଢ଼ିବା ସହ ରାଜଧାନୀରେ ବଢ଼ୁଛି କଟକଣା । ଏହି କ୍ରମରେ ସମସ୍ତ ବେସରକାରୀ ସୁଇମିଙ୍ଗ ପୁଲ୍କୁ ସର୍ବସାଧାରଣ ବ୍ୟବହାର ଉପରେ ରୋକ୍ ଲଗାଯାଇଛି । ଏନେଇ ସହରର ବିଭିନ୍ନ ସ୍ଥାନରେ ଥିବା ସୁଇମିଙ୍ଗ୍ ପୁଲ୍ ବନ୍ଦ ରଖିବା ପାଇଁ ବିଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେତେ କେବଳ ସରକାରୀ ସୁଇମିଙ୍ଗ୍ ବ୍ୟବହାର ପାଇଁ ଅନୁମତି ରହିଛି ।
ତେବେ ଏଥିରେ ମଧ୍ୟ କଟକଣା ରହିଛି । ଜଳକ୍ରୀଡ଼ା ତଥା ଆମୋଦପ୍ରମୋଦ ପାଇଁ ନୁହେଁ କେବଳ କ୍ରୀଡ଼ାବିତମାନେ ଅଭ୍ୟାସ ପାଇଁ ସୁଇମିଙ୍ଗ ପୁଲ୍ ବ୍ୟବହାର କରିପାରିବେ ବୋଲି ଜାରି ହୋଇଥିବା ଗାଇଡ଼ଲାଇନ୍ରେ ଦର୍ଶାଯାଇଛି ।
ସେହିପରି ପୁଲ୍ ବ୍ୟବହାରକାରୀମାନେ ଯଥୋଚିତ କରୋନା କଟକଣା ମାନିବାକୁ ନିର୍ଦ୍ଦେଶ ରହିଛି । ଏନେଇ ଅତିରିକ୍ତ କମିଶନର ତଥା ଏନଫୋର୍ସମେଣ୍ଟ କମିଶନରଙ୍କ ସମେତ ସମସ୍ତ ଜୋନାଲ ଡ଼େପୁଟି କମିଶନରଙ୍କୁ ଅବଗତ କରାଯାଇଛି । ନିୟମ ଊଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।