ନୂଆଦିଲ୍ଲୀ : ଟିକାକରଣ ପାଇଁ ଜାନୁୟାରୀ ପହିଲାରୁ ‘କୋୱିନ୍’ରେ ପଞ୍ଜିକରଣ କରିବେ ୧୫ ରୁ ୧୮ ବର୍ଷିୟ ପିଲା । ଏନେଇ ଡାକ୍ତର ଆର୍. ଏସ୍. ଶର୍ମା ସୂଚନା ଦେଇଛନ୍ତି । ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ ଅନୁସାରେ, ‘କୋୱିନ୍ ପ୍ଲାଟ୍ଫର୍ମ’ର ମୁଖ୍ୟ ଡାକ୍ତର ଆର୍. ଏସ୍. ଶର୍ମା କହିଛନ୍ତି, ୧୫ ରୁ ୧୮ ବର୍ଷ ବୟସ ବର୍ଗର ପିଲାମାନେ ଜାନୁଆରି ୧ ତାରିଖରୁ ‘କୋୱିନ୍ ଆପ୍’ରେ ପଞ୍ଜିକରଣ କରିବାକୁ ସୁଯୋଗ ପାଇବେ । କେତେକ ପିଲାଙ୍କର ଆଧାର କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ନ ଥିବା ଆଶଙ୍କା କରି ଆମେ ପଞ୍ଜିକରଣ ପାଇଁ ଅତିରିକ୍ତ ଭାବେ ‘ଷ୍ଟୁଡେଣ୍ଟ୍ ଆଇଡି କାର୍ଡ’ (୧୦ମ ଶ୍ରେଣୀ) ସାମିଲ କରିଛୁ ।
ସେ ଏହା ମଧ୍ୟ କହିଛନ୍ତି ଯେ ପଞ୍ଜିକରଣ କରିବେ ବେଳେ ଆପ୍ରେ ତୁମକୁ ଏକ ପ୍ରଶ୍ନ ପଚାରିଯିବା । ଆପ ମାଧ୍ୟମରେ ତୁମେ କୋମୋର୍ବିଡ଼ିଟାଇଜି ଅଛ କି ନାହିଁ ପ୍ରଶ୍ନ ପଚାର ଯିବ । ଯଦି ଏହାର ଉତ୍ତରରେ ତୁମେ ହଁ କହିବା ତାହାଲେ ତୁମେ ଟିକାକରଣ ପାଇଁ ପଞ୍ଜିକରଣ କରିପାରିବ । ଏହାପରେ ତୁମକୁ ଏକ କୋମର୍ବିଡିଟି ସାର୍ଟିଫିକେଟ୍ ମିଳିଯିବ । ଏହି ସାର୍ଟିଫିକେଟ୍ ଦେଖାଇ ତୁମେ ଟୀକା ନେଇ ପାରିବ ବୋଲି ଡାକ୍ତର ଆର୍. ଏସ୍. ଶର୍ମା କହିଛନ୍ତି । ସୂଚନାଯୋଗ୍ୟ, ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଜାନୁଆରି ୩ ତାରିଖରୁ ୧୫ ରୁ ୧୮ ବୟସବର୍ଗର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ ନେଇ ଘୋଷଣା କରିଥିଲେ ।