26.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଟାଟା ନାନୋରୁ ଛୋଟ ସି ପ୍ଲସ ପଡ ଇଲେକ୍ଟ୍ରିକ କାର୍ ଆଣିଲା ଟୋୟୋଟା

ଟାଟା ନାନୋରୁ ଛୋଟ ସି ପ୍ଲସ ପଡ ଇଲେକ୍ଟ୍ରିକ କାର୍ ଆଣିଲା ଟୋୟୋଟା

ନୂଆଦିଲ୍ଲୀ: ଟୋୟୋଟା ଲି ପ୍ଲସ ପଡ ଏବେ ଜାପାନରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି । ସିଙ୍ଗଲ ଚାର୍ଜ କରିବା ପରେ ଏହା ୧୫୦ କିଲୋମିଟର ଦୂରତା ଅତିକ୍ରମ କରିଥାଏ । ଏହାର ଅଧିକତମ ସ୍ପିଡ ୬୦ କିମି ପ୍ରତି ଘଣ୍ଟା ରହିଛି । ଯେତେବେଳେ ଇଲେକ୍ଟ୍ରିକ ଭେଇକେଲ କଥା ଆସେ, ତେବେ ଏଥିରେ ଭଲ ସ୍ପେସ, ଆରାମଦାୟକ ସିଟ, ରେଂଜ ଓ ଷ୍ଟାଇଲକୁ ଏଡାଇ ଦିଆଯାଇପାରେ । ବାସ୍ତବରେ ଏବେ ପ୍ରଦୂଷଣ ଦୂର କରିବା ଦିଗରେ ଇଭି ଭେଇକିଲର ବ୍ୟବହାର ବଢିବାରେ ଲାଗିଛି ଏବଂ କିଛି ବିଳାସମୟ ଜିନିଷକୁ ଏଡାଇ ଦୁନିଆରେ ଦୃତଭାବରେ ଗ୍ରୀନ ଏନର୍ଜି ଆଡକୁ ଗତି କରୁଛି । ତେବେ ଜିରୋ ଏମିଶନ ମୋବିଲିଟି ସହିତ ଟୋୟୋଟା ସି ପ୍ଲସ ପଡ୍ ଜାପାନ ସଡକପଥରେ ଗଡିବା ପାଇଁ ପ୍ରସ୍ତୁତ ।
ଜାପାନରେ ଏହାକୁ ପ୍ରଥମଥର ପାଇଁ କର୍ପୋରେଟେଡ ଓ ନଗର ନିଗମ ଉପଯୋଗ ପାଇଁ ଡିସେମ୍ବର ୨୦୨୦ରେ ଲଂଚ କରାଯାଇଥିଲା । ସେହିଭଳି ଟୋୟୋଟା ସି ପ୍ଲସ ପଡ୍ ଏବେ ଦେଶରେ ସାଧାରଣ କ୍ରେତାଙ୍କ ପାଇଁ ବି ଉପଲବ୍ଧ କରାଯାଇଛି । ଟୋୟୋଟା ସୂଚନା ପ୍ରଦାନ କରିଛି ଯେ, ସି ପ୍ଲସ ପଡକୁ ସଂପୂର୍ଣ୍ଣ ଜାପାନରେ ଲିଜ୍ କଣ୍ଟ୍ରାକ୍ଟ ଜରିଆରେ ପ୍ରବେଶ କରାଯିବ ।
ଗୋଟିଏ ଟୁ ସିଟର ମୋବିଲିଟି ଅପ୍ସନ, ଯାହା ଏକ ମିନି ଗାଡିରୁ ଛୋଟ, ସି ପ୍ଲସ ପଡ୍ ସଂପୂର୍ଣ୍ଣ ଭାବରେ ବ୍ୟାଟେରୀ ଦ୍ୱାରା ଅପରେଟ ହୋଇଥାଏ । ଏହି କାର ଅନେକ ଡୁଆଲ ଓ ଥ୍ରୀ ଟୋନ କଲର ଅପ୍ସନରେ ଉପଲବ୍ଧ । ସି ପ୍ଲସ ପଡକୁ ୯.୦୬ କେଡବ୍ଲୁଏଚ ଲିଥିୟମ ଆୟନ ବ୍ୟାଟେରୀରୁ ପାୱାର ମିଳିଥାଏ ଓ ଆଇଡଲ କଣ୍ଡିସନରେ ଏହାର କ୍ରୁଜିଂ ରେଂଜ ପ୍ରାୟ ୧୫୦ କିଲୋମିଟର ରହିଥାଏ । ମ୍ୟାକ୍ସିମମ ଘଣ୍ଟା ପ୍ରତି ବେଗ ଏହାର ୬୦ କିମି ରହିଛି ।
ସି ପ୍ଲସ ପଡକୁ ସହର ହିସାବରେ ଡିଜାଇନ କରାଯାଇଛି । ଏହାର ଲମ୍ବ ୨୪୯୦ ମିଲିମିଟର, ଚଉଡା ୧୨୯୦ ମିଲିମିଟର ଓ ଉଚ୍ଚତା ୧୫୫୦ ମିଲିମିଟର । ଟାଟା ନାନୋ ସହ ଯଦି ତୁଳନା କରିବା ତେବେ ନାନୋ କାର ୩୧୬୪ ମିଲିମିଟର ଲମ୍ବା ଥିଲା, ଯାହାର ଚଉଡା ୧୭୫୦ ଓ ୧୬୫୦ ମିଲିମିଟର ଏହା ଲମ୍ବା ଥିଲା । ସି ପ୍ଲସ ପଡର ଟର୍ଣ୍ଣିଂ ରେଡିୟସ ବି କେବଳ ୩.୯ ମିଟର । ଏହାର ଅର୍ଥ ଟ୍ରାଫିକ ଜାମ ପରିସ୍ଥିତିରେ ବି ଏହା ଆପଣଙ୍କୁ ଅତି ସହଜରେ ମୁକ୍ତ କରିପାରିବ ।
ଟୋୟୋଟା ସି ପ୍ଲସ ପଡ୍ ଏଲଇଡି ହେଡ ଲାଇଟସ ଓ ଏଲଇଡି ଟେଲ ଲାଇଟସ ସହିତ ଆସିବ । ଏଥିରେ ଚାର୍ଜିଂ ଇନଲେଟ ହେଡ ଲାଇଟ ମଧ୍ୟରେ ପୋଜିସନ କରାଯାଇଛି । ଏଥିରେ ଏକ୍ସଟିରିୟର ପ୍ୟାନେଲ ପ୍ଲାଷ୍ଟିକ ଦ୍ୱାରା ବନାଯାଇଛି । ଯାହାଦ୍ୱାରା ଇଭିର ଓଜନ ବହୁତ କମ ହୋଇଛି । ସି ପ୍ଲସ ପଡରେ କେବିନ ସ୍ପେସ ୧୧୦୦ ମିଲିମିଟର ରହିଛି । ଟୋୟୋଟାର ଦାବି ଯେ, ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀ ଆରାମରେ ବସିବା ପାଇଁ ଯଥେଷ୍ଟ ଜାଗା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking