24.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଆତଙ୍କବାଦୀ ସନ୍ଦେହରେ ୩୦ରୁ ଊର୍ଦ୍ଧ୍ବଙ୍କୁ ଜାଳିଦେଲା ସେନା

ଆତଙ୍କବାଦୀ ସନ୍ଦେହରେ ୩୦ରୁ ଊର୍ଦ୍ଧ୍ବଙ୍କୁ ଜାଳିଦେଲା ସେନା

ମିଆଁମାର : ଆତଙ୍କବାଦୀ ସନ୍ଦେହରେ ୩୦ରୁ ଊର୍ଦ୍ଧ୍ବଙ୍କୁ ହତ୍ୟା କଲା ସେନା। ସେମାନଙ୍କୁ ହତ୍ୟା କରି ମୃତଦେହ ମଧ୍ୟ ଜାଳିଦେଇଥିବା ଜଣାପଡ଼ିଛି। ମିଆଁମାରରେ ସେନା ବାହିନୀର ଏହି ବର୍ବରତା ସମଗ୍ର ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି। କାୟା ରାଜ୍ୟରେ ମୋ ସୋ ଗ୍ରାମରେ ମିଆଁମାର ସେନାଙ୍କ ଦ୍ବାରା କରାଯାଇଥିବା ବର୍ବର କାଣ୍ଡ ସାରା ସାରା ଦେଶରେ ଭୟ ସୃଷ୍ଟି କରିଛି। ମାନବାଧିକାର ସଙ୍ଗଠନ ଓ ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଦିନ ହରସ୍ରୋ ସହରର ମୋ ସୋ ଗ୍ରାମ ନିକଟରେ ମିଆଁମାର ସେନା ଭୟ ସୃଷ୍ଟି କରିଥିଲା। ପାଖାପାଖି ୫୦ ଜଣ ବୃଦ୍ଧ, ମହିଳା ଓ ପିଲାଙ୍କୁ ଘେରି ଅତି ହିଂସାତ୍ମକ ଭାବେ ଗୁଳି ବର୍ଷା କରିଥିଲା ସେନା।

ସେମାନଙ୍କ ମଧ୍ୟରୁ ୩୦ରୁ ଊର୍ଦ୍ଧ୍ବଙ୍କୁ ହତ୍ୟା କରି ନିକଟସ୍ଥ ଏକ ଖୋଲା ସ୍ଥାନରେ ପୋଡ଼ି ଦେଇଥିବା କହିଛନ୍ତି ମାନବ ଅଧିକାର ସଂଗଠନ। ଆତଙ୍କବାଦୀ ସନ୍ଦେହରେ ନିରୀହଙ୍କୁ ଏଭଳି ନିର୍ଦ୍ଦୟ ଭାବେ ହତ୍ୟା କରିବା ଘଟଣାକୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ମାନବ ଅଧିକାର ସଂଗଠନ କହିଛନ୍ତି। ସେନା ଯେଉଁମାନଙ୍କୁ ଆତଙ୍କବାଦୀ ଦର୍ଶାଇ ହତ୍ୟା କରିଛନ୍ତି ସେମାନଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସାଧାରଣ ଲୋକେ ସେନାର ବାରଣ ନ ମାନି ନିଜ ଗାଡ଼ିରେ ଆଗକୁ ବଢ଼ିଥିଲେ। ଯାହା ଫଳରେ ମିଆଁମାର ସେନା ଏଭଳି ହିଂସାକାଣ୍ଡ ଭିଆଇଛନ୍ତି। ଗୁଳି କରି ହତ୍ୟା ପରେ ଅଧିକାଂଶ ମୃତଦେହକୁ ସେମାନେ ଟ୍ରକ୍‌ ଡାଲାରେ ହିଁ ପୋଡ଼ା ଦେଇଥିବା ଜଣାପଡ଼ିଛି। ଘଟଣାରେ ସ୍ଥାନୀୟ ଲୋକେ କେତେକ ମୃତଦେହ ଉଦ୍ଧାର କରିବା ପରେ ସେନା ବିରୁଦ୍ଧରେ ତୀବ୍ର ଉତ୍ତେଜନା ସ୍ଥିତି ଲାଗି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking