31.1 C
Bhubaneswar
Tuesday, April 30, 2024
Homeଖେଳନୂଆ ଜର୍ସିରେ ଟି-୨୦ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ

ନୂଆ ଜର୍ସିରେ ଟି-୨୦ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମକୁ ନେଇ ବଡ ନିଷ୍ପତ୍ତି ନେଇଛି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) । ଅକ୍ଟୋବର୧୩ରୁ ବିସିସିଆଇ କରିବାକୁ ଯାଉଛି ନୂଆ ଜର୍ସିର ଶୁଭାରମ୍ଭ । ଅକ୍ଟୋବର୧୭ ରୁ ୟୁଏଇ ଏବଂ ଓମାନରେ ହେବାକୁ ଥିବା ପୁରୁଷ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଏହି ପରିବର୍ତ୍ତନ କରାଯିବ । ଏନେଇ ବିସିସିଆଇ ପକ୍ଷରୁ ଏହାର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଟୁଇଟ କରାଯାଇଛି | ଅକ୍ଟୋବର ୧୮ ରେ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ନୂଆ ଜର୍ସି ପିନ୍ଧି ପଡ଼ିଆରେ ପାଦ ଦେବ । ଅକ୍ଟୋବର୨୪ ରେ ପୁରୁଷ ଟି-୨୦ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ନୂତନ ଜର୍ସି ପିନ୍ଧି ପାକିସ୍ତାନ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇବ । ଏହି ଜର୍ସିକୁ ଏମପିଏଲ ସ୍ପୋର୍ଟସ ପକ୍ଷରୁ ଲଞ୍ଚ କରାଯାଇଛି । ୨୦୨୩ ଡିସେମ୍ବର ଯାଏ ଏମପିଏଲ ହିଁ ଟିମ ଇଣ୍ଡିଆର କିଟ୍‌ ପାର୍ଟନର ରହିଛି । ଏହି ନୂଆ ଜର୍ସି ପୂର୍ବରୁ ଥିବା ନେଭି ବ୍ଲ୍ୟୁ ରେଟ୍ରୋର ସ୍ଥାନ ନେବ । ଉକ୍ତ ଜର୍ସିଟି ୧୯୯୨ ବିଶ୍ୱକପ ଢାଞ୍ଚାରେ ତିଆରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking