30.1 C
Bhubaneswar
Wednesday, April 24, 2024
Homeଅପରାଧସ୍ଲିପର ସେଲ୍ ଭାବେ କାମ କରୁଥିଲା ପାକିସ୍ତାନୀ ଆତଙ୍କୀ ଅସରଫ ଅଲ୍ଲୀ

ସ୍ଲିପର ସେଲ୍ ଭାବେ କାମ କରୁଥିଲା ପାକିସ୍ତାନୀ ଆତଙ୍କୀ ଅସରଫ ଅଲ୍ଲୀ

ନୂଆଦିଲ୍ଲୀ : ଦିଲ୍ଲୀରୁ ଗିରଫ ହୋଇଥିବା ଆତଙ୍କବାଦୀ ଅସରଫ ଅଲ୍ଲୀଙ୍କ ଖୁଲାସା ପରେ ବିହାର ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି ଏବଂ ଏହା ସହିତ ସୀମାନ୍ତ ଜିଲ୍ଲାମାନଙ୍କୁ ମଧ୍ୟ ସତର୍କ କରାଯାଇଛି । ପୋଲିସ ଜିଲ୍ଲା ମୁଖ୍ୟାଳୟ ମଧ୍ୟ ସୀମା ଜିଲ୍ଲାର ସମସ୍ତ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଜାରି କରିଛି । ବାସ୍ତବରେ ବିହାର ଠିକଣାରେ ଅସରଫ ଅଲି ଦ୍ୱାରା ନିର୍ମିତ ନକଲି ଆଇଡି ଯାଞ୍ଚକୁ ନେଇ ମୁଖ୍ୟାଳୟ ଏହି ନିର୍ଦ୍ଦେଶ ଦିଆଯାଇଛି ।ସୂଚନା ଅନୁଯାୟୀ, ସେ ଗତ ୧୦ବର୍ଷ ହେବ ଭାରତରେ ରହି ଆତଙ୍କବାଦୀଙ୍କ ସ୍ଲିପର ସେଲ ଭଳି କାମ କରୁଥିଲା । ଏଠାରେ ଭାରତୀୟ ଭାବେ ରହୁଥିଲା । ଅହମ୍ମଦ ତୁରୀ ନାମରେ ବହୁ ପରିଚୟ ପତ୍ର ନିଜ ନାମରେ କରିନେଇଥିଲା । ପଚରାଉଚରାରୁ ସେ କହିଛି ଯେ, ଅତୀତରେ ଜମ୍ମୁ-କଶ୍ମୀର ଏବଂ ଦେଶର ଅନ୍ୟ ଅଞ୍ଚଳରେ ବହୁ ଆତଙ୍କୀ ଘଟଣାରେ ସାମିଲ ଥିଲା । କୁଶୱା କହିଛନ୍ତି ଯେ, ଅସରଫକୁ ଭାରତରେ ଆତଙ୍କବାଦୀ ଘଟଣା ରଚିବାକୁ ଦାୟିତ୍ୱ ଦିଆଯାଇଛି । କେଉଁଠାରେ ଅପରାଧ ଘଟିବ ତାହା ଏ ପର୍ଯ୍ୟନ୍ତ କୁହାଯାଇ ନାହିଁ । କିନ୍ତୁ ଅସ୍ତ୍ରଶସ୍ତ୍ର ବିତରଣ କରାଯାଇଛି, ଯାହା ଉଦ୍ଧାର କରାଯାଇଛି । ଅସରଫଙ୍କୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ପରିଚାଳନା କରୁଥିଲା । ଏହାକୁ ନାସିର କୋଡ୍ ନାମକ ଜଣେ ପାକିସ୍ତାନୀ ବ୍ୟକ୍ତି ପ୍ରଦାନ କରିଥିଲେ । ନାସିର ଅସରଫକୁ କହିଥିଲେ ଯେ, ତାଙ୍କୁ କେଉଁଠାରୁ ଏହି ଅସ୍ତ୍ରଶସ୍ତ୍ର ଆଣିବାକୁ ପଡିବ । ଟଙ୍କା ମଧ୍ୟ ହାୱାଲା ମାଧ୍ୟମରେ ଆସୁଥିଲା । ଆଇଏସଆଇ ହିଁ ଅସରଫକୁ ଏକ ଦଶନ୍ଧି ପୂର୍ବରୁ ବାଂଲାଦେଶ ଦେଇ ସିଲିଗୁରି ସୀମାରୁ ଭାରତରେ ପ୍ରବେଶ କରିଥିଲା । ଅସରଫ ଅହମ୍ମଦ ତୁରୀ ନାମରେ ପାସପୋର୍ଟ ତିଆରି କରିଥିଲା । ସେହିଭଳି ଦୁଇ ଥର ବିଦେଶ ଯାତ୍ରାରେ ମଧ୍ୟ ଯାଇଛି । ଜଣାପଡ଼ିଛି କି ସାଉଦିଆରବ ଏବଂ ଥାଇଲାଣ୍ଡ ଯାଇଥିଲା । ସେ ଭାରତରେ ନିଜର ପରିଚୟ ପତ୍ର ତିଆରି କରିବା ଲାଗି ଉତ୍ତରପ୍ରଦୋର ଗାଜିଆବାଦସ୍ଥିତ ବୈଶାଳୀ ଅଞ୍ଚଳରେ ଜଣେ ଭାରତୀୟ ମହିଳାଙ୍କୁ ବିବାହ କରିଥିଲେ । ଅନ୍ୟପଟେ ବିହାରରେ ପରିଚୟ ପତ୍ର କରିଦେଇଥିଲେ । ସେହି ପରିଚୟ ପତ୍ରକୁ ଆଧାର କରି ଅନ୍ୟ ପରିଚୟ ପତ୍ର ସେ ବନାଇଥିଲା । ପରେ ଭାରତୀୟ ତଥ୍ୟ ହାତେଇବାରୁ ଉକ୍ତ ମହିଳାଙ୍କୁ ଛାଡ଼ି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking