ନୂଆଦିଲ୍ଲୀ: ଆମେରିକା ର ଏକ ପ୍ରସିଦ୍ଧ ଥିମ ପାର୍କ ଏବେ କିଛି ବର୍ଷ ହବ ଭୁତ ମାନଙ୍କର ଦୁନିଆ ହୋଇଯାଇଛି । ଏହି ପାର୍କ ଟି କେବେ ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲା , କିନ୍ତୁ ଏବେ ଏଠାରେ କେବେ ଆଲୋକ ଦେଖାଯାଉଛି ତ କେବେ ଅଜବ ଶଦ୍ଦ ଶୁଣା ଯାଉଛି । ଏହି ଥୀମ ପାର୍କ ରେ ବିଜୁଳି ସଯୋଂଗ କେବେ ଠାରୁ ବନ୍ଦ ରହିଛି । ଲୋକମାନେ ସେହି ସ୍ଥାନକୁ ଯିବା ପାଇଁ ମଧ୍ୟ ଡରନ୍ତି ା ଏହି ଥିମ୍ ପାର୍କ ର ଏକ ଭୟାନକ ଛବି ବି ସାମ୍ନାକୁ ଆସିଛି । ଡକ୍ୟୂମେଣ୍ଟାରୀ ବନାଉଥିବା ଜଣେ ପ୍ରଡ୍ୟୁସର ଏଠିକାର ଫଟୋ ସେୟାର କରିଛନ୍ତି ।
ଆମେରିକାର ନୂଆ ଔରିଲୟନ୍ସ ରେ ଥିବା ସିକ୍ସ ଫୈ୍ଲଗ୍ସ ଥୀମ ପାର୍କ ରେ ସବୁବେଳେ ଲୋକ ମାନ ଙ୍କ ଭିଡ ରହୁଥିଲା , କିନ୍ତୁ ୨୦୦୫ରେ ଆସିଥିବା କ୍ୟାଟରୀନା ବାତ୍ୟା ଏହି ପାର୍କ କୁ ନଷ୍ଟ କରିଦେଲା । ସେବେଠାରୁ ଏହି ପାର୍କ ବନ୍ଦପଡିଛି । ଆଜିବି ସେଠାର ସବୁ ଜିନିଷ ନଷ୍ଟ ଚାରିଆଡେ ବିଚ୍ଛୁରିତ ହୋଇ ପଡିଛି । ବାତ୍ୟା ପାଇଁ ଆସିଥିବା ବନ୍ୟାରେ ଏହି ପାର୍କ ୨୦ ଫୁଟ ପର୍ଯ୍ୟନ୍ତ ବୁଡି ଯାଇଥିଲା । ଯାହା ଫଳରେ ସବୁକିଛି ନଷ୍ଟ ହୋଇଯାଇଥିଲା ।
ଏହି ବାତ୍ୟା ରେ ୧୮୦୦ ଜଣଙ୍କ ମୃତ୍ୟୁ ହୋଇଥିଲା , ପରେ ଏହି ଥୀମ ପାର୍କ କୁ ଭୁତ ସ୍ଥାନ ରେ ବଦଳୀ ଯାଇଥିଲା । ଏହି ତୋଫାନ ଫଳରେ ୪ଲକ୍ଷ ଲୋକ ବାସହରା ହୋଇଯାଇଥିଲେ ଏବଂ ସେବେଠାରୁ କିଛି ଲୋକ ଆଜି ପର୍ଯ୍ୟନ୍ତ ସେହି ପରିସ୍ଥିତିରୁ ବାହାରି ପାରିନାହାନ୍ତି । ଆଜି ବି ଲୋକେ ଗରିବ ଭାବରେ ଜୀବନ ବିତାଉଛନ୍ତି ।
ଏବେ ଏହି ଥୀମ ପାର୍କ ଦୁନିଆର ସବୁଠାରୁ ଭୟଙ୍କର ପାର୍କ ମଧ୍ୟରୁ ଗୋଟିଏ । କୁହାଯାଏ, ଯେ ଆଜି ମଧ୍ୟ ଏହି ସ୍ଥାନରେ ବାତ୍ୟା ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଆତ୍ମା ରହିଛିି । ଏହି ସ୍ଥାନକୁ ଯାଂଚ କରିବାକୁ ଆସୁଥିବା ଲୋକଙ୍କ କହିବା ଅନୁସାରେ ଏଠାକୁ ଆସିବା ପରେ ଏମିତି ଲାଗେ ଯେ, ଯେମିତି ତାଙ୍କୁ କିଏ ଦେଖୁଛି । ସେଠାରେ କେଉଁ କାଳରୁ ବିଜୁଳି ସଯୋଂଗ ବନ୍ଦ ରହିଛି , କିନ୍ତୁ ସେଠାରେ କିରଣ ଦେଖାଯାଏ । ଏହା ସହିତ ଅନେକ ଅଜବ ଶଦ୍ଦ ମଧ୍ୟ ଶୁଣା ଯାଏ ।
ଆମେରିକା ର ଏହି ପାର୍କ ସବୁଠାରୁ ବଡ ପାର୍କ , ଯାହା କେବେ ଠାରୁ ବନ୍ଦ ରହିଛି । ଏହାର ପରିବେଶ ଦେଖିବା ପରେ ଯେ କେହି ବି ଭୟଭୀତ ହୋଇଯିବ । ବାତ୍ୟାର ଗୋଟିଏ ଝଟକା ରେ ସବୁକିଛି ଶେଷ ହୋଇଯାଇଥିଲା ।