28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ

ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ

ନୂଆଦିଲ୍ଲୀ : ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ଆଇଆଇଏଫଏଲ ୱେଲ ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟରେ ୨୦୨୧ରେ କାହା ନାଁରେ ସମ୍ପତି କେତେ ବଢିଛି, ତାର ଏବେ ସୂଚନା ମିଳିଛି । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧ନଂ ସ୍ଥାନରେ ରିଲାଏନ୍ସ ଇଣ୍ଡିଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି । କ୍ରମାଗତ ୧୦ମ ବର୍ଷ ପାଇଁ ଅମ୍ବାନୀ ଧନୀ ତାଲିକାରେ ୧ନଂ ସ୍ଥାନରେ ରହିଛନ୍ତି । ଖବର ଅନୁଯାୟୀ ତାଙ୍କ ପାଖରେ ଏବେ ୭,୧୮,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ଚଳିତ ବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ମହାମାରୀ ସତ୍ତେ ୯% ବଢିଛି । ରିଟେଲ ଓ ଟେଲିକମ ଅପରେସନରୁ ସେ ଅଧିକ ଲାଭ ପାଇଛନ୍ତି ।

କରୋନା ମାହାମାରୀ ସମୟରେ ଡିଜିଟାଲ ବ୍ୟବସାୟର ଚାହିଦା ବଢିଥିଲା । ତେବେ ଏ ନେଇ ଅମ୍ବାନୀଙ୍କ ଦୈନିକ ଆୟ କୋଟି କୋଟି ଟଙ୍କା ବଢିଛି । ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ହେଉଛି ପ୍ରଥମ କମ୍ପାନୀ ଭାବେ ୨୦୦ ବିଲିୟନ ଡଲାରର ମାର୍କେଟ ଭ୍ୟାଲୁ ଅତିକ୍ରମ କରିଛି । ତେବେ ରିଲାଏନ୍ସ ୨୦୨୧ରେ ବିଶ୍ୱର ମୂଲ୍ୟବାନ କମ୍ପାନୀମାନଙ୍କ ମଧ୍ୟରେ ୫୭ତମ ତାଲିକାରେ ରହିଛି ବୋଲି ସୂଚନା ମଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking