22.1 C
Bhubaneswar
Friday, November 15, 2024
Homeଓଡିଶାମଦଦୋକାନୀଙ୍କଠୁ ଲାଞ୍ଚ ନେଇ ବନ୍ଧାହେଲେ ଅବକାରୀ ଏସ୍‌ପି(ଇନ୍‌ଚାର୍ଜ), ଥାନା ଏଏସ୍‌ଆଇ

ମଦଦୋକାନୀଙ୍କଠୁ ଲାଞ୍ଚ ନେଇ ବନ୍ଧାହେଲେ ଅବକାରୀ ଏସ୍‌ପି(ଇନ୍‌ଚାର୍ଜ), ଥାନା ଏଏସ୍‌ଆଇ

ଭୁବନେଶ୍ୱର: ମଦଦୋକାନୀଙ୍କ ଠାରୁ ଦେଢ଼ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଦେବଗଡ଼ ଅବକାରୀ ଏସ୍‌ପି(ଇନ୍‌ଚାର୍ଜ) ଅଜିତ କୁମାର ମହାପାତ୍ର ଓ ବାରକୋଟ୍ ଅବକାରୀ ଥାନା ଏଏସ୍‌ଆଇ ମଥୁରାମୋହନ ପ୍ରଧାନଙ୍କୁ ଭିିଜିଲାନ୍ସ ବୁଧବାର ଗିରଫ କରିଛି । ଏନେଇ ରାଉରକେଲା ଭିଜିଲାନ୍ସ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି । ଅଭିଯୁକ୍ତ ଦ୍ୱୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ଦେବଗଡ଼ ବାରକୋଟ୍ ଅଞ୍ଚଳର ଜଣେ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦଦୋକାନୀଙ୍କ ଏକ ବିଲ୍ ସମ୍ବନ୍ଧିତ କାର୍ଯ୍ୟ ଏସ୍‌ପିଙ୍କ ନିକଟରେ ରହିଥିଲା । ଏହି ବିଲ୍‌କୁ ପାସ୍ କରାଇବା ପାଇଁ ଏସ୍‌ପି ଆଜିକାଲି କହି ଭଣ୍ଡାଇ ଚାଲିଥିଲେ । ପରେ ଏଏସ୍‌ଆଇ ମଥୁରାମୋହନ ମଦବ୍ୟବସାୟୀଙ୍କୁ ତାଙ୍କ ବିଲ୍ ପାସ କରାଇଦେବେ ବୋଲି କହିଥିଲେ ।

ଏବାବଦକୁ ଏସ୍‌ପିଙ୍କୁ ୩ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ । ଏତେ ଟଙ୍କା ଲାଞ୍ଚ ଶୁଣି ମଦଦୋକାନୀ ମନା କରିଦେଇଥିଲେ । ହେଲେ ଏଏସ୍‌ଆଇ ଏହାକୁ ୨ଟି କିସ୍ତିରେ ଦେଢ଼ଲକ୍ଷ ଲେଖାଏଁ ଦେବାକୁ କହିଥିଲେ । ଏନେଇ ମଦବ୍ୟବସାୟୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ମଦ ବ୍ୟବସାୟୀ ବୁଧବାର ଏଏସ୍‌ଆଇଙ୍କ ଜରିଆରେ ଏସ୍‌ପିଙ୍କ ପାଖକୁ ରସାୟନ ମିଶା ଦେଢ଼ଲକ୍ଷ ଟଙ୍କା ପଠାଇଥିଲେ । ଏତିକିବେଳେ ଭିଜିଲାନ୍ସ ଟିମ୍ ଏସ୍‌ପିଙ୍କ ଅଫିସ୍‌ରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲେ ।

ଏହାସହ ତାଙ୍କ ଠାରୁ ରସାୟନ ମିଶା ଟଙ୍କାସବୁ ଜବତ କରାଯାଇଥିଲା । ଏହାସହ ଏସ୍‌ପିଙ୍କୁ ଲାଞ୍ଚ ଯୋଗାଉଥିବା ଏଏସ୍‌ଆଇ ମଥୁରାମୋହନଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ଏସ୍‌ପି ଅଜିତ ପୂର୍ବରୁ ମଧ୍ୟ ଏଭଳି ଲାଞ୍ଚ କାରବାର କରୁଥିବା ଭିିଜିଲାନ୍ସ ସନ୍ଦେହ କରିଛି । ଏମିତିକି ଆୟ ବର୍ହିଭୂତ ସମ୍ପତ୍ତି ଥିବା ମଧ୍ୟ ସନ୍ଦେହ ହେଉଛି । ଏନେଇ ଏସ୍‌ପିଙ୍କ ବ୍ରହ୍ମପୁର ସ୍ଥିତ ବାସଭବନ, ଦେବଗଡ଼ର ଭଡ଼ାଘରେ ଚଢ଼ଉ ହୋଇ ଯାଞ୍ଚ କରାଯାଇଛି । ଏହାସହ ଅଭିଯୁକ୍ତ ଏଏସ୍‌ଆଇଙ୍କ ଦେବଗଡ଼ ଜିଲ୍ଲା ପୁରୁଣାପାଣି ସ୍ଥିତ ବାସଭବନରେ ଭିିଜିଲାନ୍ସ ଟିମ୍ ଚଢ଼ଉ କରି ଖୋଳତାଡ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking