ଶ୍ରୀନଗର: ଜମ୍ମୁ କଶ୍ମୀର ଉରିରେ ଜାରି ସେନାର ଅପରେସନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଉରି ଅପରେସନକୁ ନେଇ ଆଜି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହା ମଧ୍ୟରେ ମେଜର ଜେନେରାଲ ବିରେନ୍ଦ୍ର ବସ୍ତ କହିଛନ୍ତି, ଆଜି ଯେଉଁ ପାକିସ୍ତାନର ଆତଙ୍କବାଦୀକୁ ଗିରଫ କରାଯାଇଛି, ତାର ନାମ ଅଲୀ ବାବର ପାତ୍ରା । ତାର ବୟସ ୧୯ ବର୍ଷ ହେବ । ସେ ଲସ୍କର ଏ ତୈବାର ସଦସ୍ୟ ବୋଲି ଜଣାପଡିଛି । ପାକିସ୍ତାନରେ ଅଲୀ ପ୍ରାୟ ୩ ମାସର ଆତଙ୍କୀ ଟ୍ରେନିଂ ନେଇସାରିଛି । ଏମାନଙ୍କର ଉଦ୍ଦେଶ୍ୟ ୨୦୧୬ ର ଉରି ଭଳି ବଡ ଆକ୍ରମଣକୁ ସଫଳ କରାଇବା ଥିଲା । କାଶ୍ମୀର ଉରିରେ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଆଉ ଜଣେ ଆତଙ୍କବାଦୀ ଆତ୍ମସର୍ମଣ କରିଥିବା ସୁଚନା ମିଳିଛି । ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଲସ୍କର ସଦସ୍ୟ । ୭ଟି ଏକେ ସିରିଜ୍, ୯ଟି ପିସ୍ତଲ ,୮୦ ଗ୍ରେନେଡ୍ ଓ ପାକିସ୍ତାନୀ ମୁଦ୍ରା ତା ଠାରୁ ଜବତ ହୋଇଛି ହୋଇଛି । ଏଲ୍ଓସିରେ ଗତ ୭ଦିନରେ ୭ଆତଙ୍କବାଦୀ ନିହତ ସହ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି ।