ଭୁବନେଶ୍ୱର: ଠକେଇ କରିବା ଭିନ୍ନ ଭିନ୍ନ ତରୀକା ଆପଣାଉଛନ୍ତି ଅପରାଧୀ । ଠିକ ଏମିତି ରାଜଧାନୀରେ ସୁନା ଦୋକାନୀଙ୍କୁ ଅନଲାଇନରେ ଠକି ଜଣେ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି । ଫୋନ ପେ ରେ ନକଲି ସକସେସ ମେସେଜ ଦେଖାଇ ଲକ୍ଷେ ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି । ଏହି ଠକେଇ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ତମାଣ୍ଡୋ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣକ ମୁମ୍ବାଇର ରାଜୀବ ଗୁପ୍ତା ବୋଲି ପୋଲିସ ସୂଚନା ଦେଇଛି । ଏକ ମଲରେ ଥିବା ଦୋକାନରୁ ସୁନା ଓ ରୂପା ଗହଣା ନେଇ ଚମ୍ପଟ ସେ ମାରିଥିଲା ।