34.1 C
Bhubaneswar
Friday, March 29, 2024
Homeଓଡିଶାକୋଭିଡ ସହାୟତା ପାଇଁ ଜାରି ହେବ ଏସଓପି

କୋଭିଡ ସହାୟତା ପାଇଁ ଜାରି ହେବ ଏସଓପି

ଭୁବନେଶ୍ୱର: କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ ରାଜ୍ୟ ସରକାର । ସହାୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର । ପରିବାର ପିଛା ୫୦ ହଜାର ଟଙ୍କା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଏସଓପି ଜାରି କରିବେ । ସଂକ୍ରମଣର ୩୦ ଦିନ ମଧ୍ୟରେ ମୃତ୍ୟୁବରଣ କରିଥିଲେ ୫୦ ହଜାର ମିଳିବ । ୩୦ ଦିନ ଭିତରେ ଆତ୍ମହତ୍ୟା ବା ଦୁର୍ଘଟଣାରେ ମୃତକଙ୍କୁ ସାମିଲ କରାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ମଧ୍ୟ ଯୋଗ କରାଯିବ । ଫଳରେ ରାଜ୍ୟରେ କୋଭିଡ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ । ନିୟମ ଅନୁସାରେ ମୃତ୍ୟୁର ଅଡିଟ ପାଇଁ ଜିଲ୍ଲାସ୍ତରରେ କମିଟି ଗଠନ ହେବ । ଏହି କ୍ରାଇଟେରିଆରେ ଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ । ରାଜ୍ୟ ସରକାରଙ୍କ ସହାୟତା ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking