ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଘୋଷଣା କରିଛନ୍ତି ଯେ, ସେ ଆସନ୍ତା ୨୦୨୧ ଟି -୨୦ ବିଶ୍ୱକପ ପରେ ଟି -୨୦ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଇସ୍ତଫା ଦେବେ । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ବିରାଟ କୋହଲି କହିଛନ୍ତି ଯେ ସେ ଏହି ନିଷ୍ପତ୍ତିକୁ ଭାବିଚିନ୍ତି ନେଇଛନ୍ତି । କାର୍ୟ୍ୟ ଭାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।
କୋହଲି କହିଛନ୍ତି, ‘ମୁଁ ଟି୨୦ରେ ଅଧିନାୟକତ୍ୱ ଛାଡିବା ନିଷ୍ପତି ନିଜର ଅତି ନିକଟତର ବ୍ୟକ୍ତି, ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ରୋହିତ ଶର୍ମାଙ୍କ ଠାରୁ ପରାମର୍ଶ ନେବା ପରେ ନେଇଛି । ନିଜର ଅଧିନାୟକତ୍ୱ ସମୟରେ ମୁଁ ଟିମକୁ ବହୁତ କିିଛି ଦେଇଛି । କାର୍ଯ୍ୟଭାର ଦେଖିବା ପରେ ମୁଁ ୨୦୨୧ ଟି୨୦ ବିଶ୍ୱରକପ ପରେ ଟି୨୦ ଫର୍ମାଟରେ ଭାରତର ଅଧିନାୟକତ୍ୱ ଛାଡିବା ପାଇଁ ନିଷ୍ପତି ନେଇଛି । ହେଲେ ମୁଁ ଟିମ ପାଇଁ ବ୍ୟାଟ୍ସମ୍ୟାନ ଭାବରେ ସମର୍ଥନ ଜାରି ରଖିବ’ ।
କହି ରଖୁଛୁ, ବିରାଟ କୋହଲୀ ଟେଷ୍ଟ ଓ ଦିନିକିଆରେ ଫୋକସ କରିବା ପାଇଁ ଟି୨୦ ଫର୍ମାଟରେ ଅଧିନାୟକତ୍ୱ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଦିନିକିଆ ଓ ଟେଷ୍ଟରେ ଭାରତର ଅଧିନାୟକତ୍ୱ କରିବେ । ଟି୨୦ ଫର୍ମାଟରେ ରୋହିତଙ୍କୁ ସେ ଅଧିନାୟକ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ରୋହିତଙ୍କ ଲିଡରସିପ କ୍ୱାଲିଟିର ପ୍ରଂଶସା ବି କରିଛନ୍ତି ।
🇮🇳 ❤️ pic.twitter.com/Ds7okjhj9J
— Virat Kohli (@imVkohli) September 16, 2021