38.1 C
Bhubaneswar
Tuesday, April 23, 2024
Homeଅପରାଧଶେଷରେ ମା’ ଶିଶୁ ସାଥିରେ କ’ଣ କଲା ଜାଣିଲେ ଆଖିରୁ ଲୁହ ଆସିଯିବ.....

ଶେଷରେ ମା’ ଶିଶୁ ସାଥିରେ କ’ଣ କଲା ଜାଣିଲେ ଆଖିରୁ ଲୁହ ଆସିଯିବ…..

ଜାପାନ : ଜାପାନର ଟୋକିଓରୁ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀ ଜନ୍ମ କଲା ପରେ ହିଁ ନିଜ ଛୁଆକୁ ମାରି ଦେଇଛନ୍ତି । ସେ ନିଜ ନବଜାତ ଶିଶୁର ପାଟିରେ ଟଏଲେଟ୍ ପେପର ପୂରାଇ ହତ୍ୟା କରିଛନ୍ତି । ଏହି ଘଟଣା ୨ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଯୁବତୀ ଜଣକ ଏବେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ତେବେ ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା…

ସୂଚନା ଅନୁଯାୟୀ, ୨୦୧୯ ମସିହାରେ ୨୩ ବର୍ଷୀୟା କୋୟୁରୀ କିତାଇ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଘରୁ ଟୋକିଓ ଯାଉଥିଲେ । କିନ୍ତୁ ଓହ୍ଲାଇବାର କିଛି ସମୟ ପରେ ତାଙ୍କ ଲେବର ପେନ୍ ଆରମ୍ଭ ହୋଇଯାଇଥିଲା । ଏଣୁ ସେ ଟୋକିଓର ଏୟାରପୋର୍ଟର ବାଥରୁମ୍‌କୁ ଯାଇଥିଲେ । ସେଠାରେ ସେ ଏକ ପିଲା ଜନ୍ମ ଦେଇଥିଲେ । କିନ୍ତୁ ସେ ପିଲା ଚାହୁଁନଥିବାରୁ ଜନ୍ମରୁ ତୁରନ୍ତ ପରେ ହିଁ ପିଲାଟିକୁ ହତ୍ୟା କରିଥିଲେ । ନବଜାତକର ପାଟିରେ ଟଏଲେଟ୍ ପେପର ପୂରାଇ ସେ ତାକୁ ମାରି ଦେଇଥିଲେ । ୨୦୧୯ରେ ଘଟିଥିବା ଏହି ମାମଲାର ଶୁଣାଣି ଏବେ ହୋଇଛି । କିତାଇ କହିଛନ୍ତି, ଅବାଞ୍ଛିତ ଗର୍ଭଧାରଣରୁ ମୁକ୍ତି ପାଇବାକୁ ସେ ଜନ୍ମ ପରେ ହିଁ ନିଜ ସନ୍ତାନକୁ ମାରିଦେଇଥିଲେ । କୋର୍ଟରେ କିତାଇ କହିଛନ୍ତି ଯେ ସେ ଏହି ଗର୍ଭଧାରଣ କଥା ନିଜେ ବି ଜାଣିନଥିଲେ । ଏ ନେଇ ଯେତେବେଳେ ସେ ଜାଣିଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଗର୍ଭପାତ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ୨୨ ସପ୍ତାହ ପରେ ଗର୍ଭପାତ ଜାପାନରେ ଆଇନ ବିରୁଦ୍ଧ । ଏଣୁ ସନ୍ତାନ ଜନ୍ମ ହେବା ପରେ ଭୟରେ ବାଧ୍ୟ ହୋଇ ସେ ତାକୁ ହତ୍ୟା କରିଛନ୍ତି ବୋଲି କୋର୍ଟରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking