ନୂଆଦିଲ୍ଲୀ: ଏନସିସିକୁ ଅଧିକ ସମୟୋପଯୋଗୀ କରିବାକୁ କମିଟି ଗଠନ ହୋଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ଗଠନ କରିଛି ହାଇଲେବଲ ଏକ୍ସପର୍ଟ କମିଟି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସଦସ୍ୟ ମନୋନୀତ ହୋଇଛନ୍ତି । ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ସାଂସଦ ବିନୟ ସହସ୍ରବୁଦ୍ଧେ ବି ସଦସ୍ୟ ଅଛନ୍ତି । ଏନସିସିକୁ ଅଧିକ ସମୟୋପଯୋଗୀ ପାଇଁ କମିଟି ବିଶ୍ଲେଷଣ କରିବ ।