ନୂଆଦିଲ୍ଲୀ : ପୁରୁଣା ଦିଲ୍ଲୀ-ଗୁରୁଗାଓଁ ରୋଡରେ ଅବସ୍ଥିତ ଏକ ହୋଟେଲରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ବାସ୍ତବରେ ଜଣେ 36 ବର୍ଷ ବୟସ୍କା ମହିଳାଙ୍କୁ ଛୁରୀରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ସଚିନ୍ ବୋଲି ଜଣାପଡିଛି, ଯିଏ ବର୍ତ୍ତମାନ ଫେରାର ରହିଛି । ଏହି ଘଟଣା ଗୁରୁଗ୍ରାମର ସେକ୍ଟର 14 ରେ ଅଗଷ୍ଟ 20 ରାତି ରାତି ପ୍ରାୟ 9.30 ସମୟରେ ହୋଇଥିବା କୁହାଯାଉଛି । ମୃତ ମହିଳାଙ୍କ ସ୍ୱାମୀ ଆଗ୍ରା ବାସିନ୍ଦା ମହମ୍ମଦ ସାହିଦ ପୋଲିସକୁ କହିଛନ୍ତି ଯେ ଅଗଷ୍ଟ 20 ଶୁକ୍ରବାର ଦିନ ରାତି ପ୍ରାୟ 8.15 ସମୟରେ ତାଙ୍କ ପତ୍ନୀ ଇସ୍ରାନା ଅଟୋ ଡ୍ରାଇଭର ରିଙ୍କୁଙ୍କ ସହ ଏକ ଅଟୋରେ ଯାଇଥିଲେ। କିଛି ସମୟ ପରେ ରିଙ୍କୁ ତାଙ୍କୁ ଫୋନ କରି କହିଥିଲେ ଯେ ତାଙ୍କ ପତ୍ନୀ ଦିଶା ହୋଟେଲରେ ଆହତ ହୋଇ ପଡିଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି । ଏହା ପରେ ସେ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଥିବା ଦୃଶ୍ୟ ଦେଖି ଚକିତ ହୋଇଯାଇଥିଲେ । ତାଙ୍କ ପତ୍ନୀ ସିଡ଼ିରେ ରକ୍ତରେଜୁଡୁବୁଡୁ ହୋଇ ପଡିଥିବା ସେ ଦେଖିବାକୁ ପାଇଥିଲେ । ଏହି ପୁରା ଘଟଣା ବିଷୟରେ ସୂଚନା ପାଇବା ପରେ ଗୁରୁଗ୍ରାମର ସେକ୍ଟର 14 ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ତୁରନ୍ତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବର୍ତ୍ତମାନ ପୋଲିସ ଏହି ମାମଲାରେ ଏଫଆଇଆର ପଞ୍ଜିକରଣ କରିଛି।