26.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶତାଲିବାନ ସମ୍ମୁଖରେ ଜି-୭ ନେତୃବର୍ଗଙ୍କ ସର୍ତ୍ତ : ଅଗଷ୍ଟ ୩୧ ସମୟସୀମାକୁ ପ୍ରଥମେ କୋହଳ କର

ତାଲିବାନ ସମ୍ମୁଖରେ ଜି-୭ ନେତୃବର୍ଗଙ୍କ ସର୍ତ୍ତ : ଅଗଷ୍ଟ ୩୧ ସମୟସୀମାକୁ ପ୍ରଥମେ କୋହଳ କର

ଲଣ୍ଡନ:  ଆଫଗାନିସ୍ତାନରେ ଅଟକିଥିବା ସମସ୍ତ ବିଦେଶୀ ଓ ଆଗ୍ରହୀ ଆଫଗାନ ନାଗରିକଙ୍କୁ ସ୍ୱଚ୍ଛନ୍ଦରେ ବିଦେଶ ପଳାୟନର ସୁଯୋଗ ଦେବାସହିତ ଅଗଷ୍ଟ ୩୧ ସମୟସୀମା ବୃଦ୍ଧି କରିବା ତାଲିବାନ ପକ୍ଷରେ ଜରୁରୀ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏଠାରେ ଚାଲିଥିବା ଜି-୭ ଭର୍ଚୁଆଲ ବୈଠକରେ ମତବ୍ୟକ୍ତ କରିଛନ୍ତି । ଆଫଗାନିସ୍ତାନରୁ ସୈନ୍ୟ ଓ ସାଧାରଣ ନାଗରିକଙ୍କ ଅପସାରଣ ପ୍ରକ୍ରିୟାକୁ ସୁଗମ କରିବାକୁ ଜି-୭ ବୈଠକରେ ମତପ୍ରକାଶ ପାଇଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ତାଲିବାନ ସହ ଆଲୋଚନା କରିବାକୁ ଜି-୭ ନେତୃବୃନ୍ଦ ରାଜି ହୋଇଛନ୍ତି, ତେବେ ଅଗଷ୍ଟ ୩୧ କଟକଣାକୁ ତାଲିବାନ ପ୍ରଥମେ କୋହଳ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି । ତେବେ ଜି-୭ର ଏଭଳି ପ୍ରସ୍ତାବରେ ତାଲିବାନ ରାଜି ହେବକି ବୋଲି ପ୍ରଶ୍ନ କରାଯିବାରୁ ଜନସନ କହିଛନ୍ତି ଯେ ବିଶ୍ୱର ୭ଟି  ବିକଶିତ ରାଷ୍ଟ୍ରର କଥାକୁ ଯଦି ତାଲିବାନ ହେୟଜ୍ଞାନ କରିବ, ତାହାହେଲେ ଏହାର ପରିଣାମ ସେମାନଙ୍କୁ ହିଁ ଭୋଗିବାକୁ ପଡିବ । କେବଳ କ୍ଷମତା ଅକ୍ତିଆର କଲେ କ’ଣ ହେଲା, ଆଫଗାନିସ୍ତାନର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ହେଲେ ତାଲିବାନକୁ ଭବିଷ୍ୟତରେ ଜି-୭ର ସହାୟତା ନିଶ୍ଚିତଭାବେ ନେବାକୁ ପଡିବ ବୋଲି ଜନସନ ଚେତାଇ ଦେଇଛନ୍ତି । ତେଣୁ ବୁଦ୍ଧିମାନର ପରିଚୟ ଦେଇ ତାଲିବାନ ନିଜ ଜିଦ୍‌ରୁ ଓହରିବା ସହ ଆନ୍ତର୍ଜାତିକ ସମୁଦାୟର ଆବଶ୍ୟକତାକୁ ଅଗ୍ରାଧିକାର ଦେବା ଜରୁରୀ ବୋଲି ଜନସନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking